Advertisment

କମ୍‌ ମାର୍କ ଆସିବାରୁ ଜୀବନ ହାରିଲେ + ୨ ଛାତ୍ର

ପରୀକ୍ଷା ଫଳ ଖରାପ୍ ଆସିବାରୁ ଜୀବନ ହାରିଲେ ଛାତ୍ର...

ଅଦ୍ୟତନ ହୋଇଛି
Class 12 student dies by suicide due to low marks in Sambalpur

Class 12 student dies by suicide due to low marks in Sambalpur

Advertisment

ଯୁକ୍ତ ଦୁଇ ପରୀକ୍ଷାରେ କମ୍‌ ମାର୍କ ରହିବାରୁ ଜୀବନ ହାରିଲେ ଛାତ୍ର । ବୁର୍ଲା ଥାନା ଢ଼ିପାପଡା ଅଞ୍ଚଳର ଘଟିଛି ଏହି ଘଟଣା । ମୃତକ ଜଣକଙ୍କ ନାଁ ରୋହନ କୁମାର ହୋଇଥିବା ଜଣାପଡିଛି ।

Advertisment

ଢିପାପଢାର ଜ୍ଞାନ ବାହାଦୁର ଗୁରୁମଙ୍କ ସାନ ପୁଅ ରୋହନ କୁମାର ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ +୨ ବିଜ୍ଞାନ ପଢୁଥିଲେ । ଗତକାଲି ଯୁକ୍ତ ଦୁଇ ଫଳ ବାହାରିଥିଲା ସେ ମୋଟ ୪୯ ପ୍ରତିଶତ ମାର୍କ ରଖିଥିଲେ । ନିଜ ମାର୍କକୁ ନେଇ ରୋହୋନ ପୁରା ଭାଙ୍ଗି ପଡିଥିଲେ । ଯାହା ପରେ ଗତକାଲି ରାତିରେ ବାଥରୁମ ଯାଉଛି କହି ଘର ବାଥରୁମ ପଛପଟରେ ରୋହନ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ତେବେ ରୋହନ ଆସିବାର ବିଳମ୍ବ ଦେଖି ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ । ଶେଷରେ ଝୁଲନ୍ତା ଅବସ୍ଥାରେ ରହୋନର ଶରୀର ଦେଖି ପରିବାର ଲୋକେ ତାକୁ ଉଦ୍ଧାର କରି ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରଣ କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ରହୋନ ଜଣେ ମେଧାବୀ ଛାତ୍ର ଥିଲେ ମାଟ୍ରିକ୍‌ରେ ସେ ୭୧ ପ୍ରତିଶତ ମାର୍କ ରଖି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ବିଜ୍ଞାନରେ ପଢୁଥିଲେ । ହେଲେ ଯୁକ୍ତ ଦୁଇ ବିଜ୍ଞାନରେ କମ୍‌ ପ୍ରତିଶତ ମାର୍କ ରହିବାରୁ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି ।

Advertisment
Student Plus Two Result
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ