Advertisment

ସୁନା ବନ୍ଧକ ଠକେଇ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଲା ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ

ପ୍ରେସ୍ ରିଲିଜ୍ ଜାରି କରି ସଂସ୍ଥା ଠକେଇ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛି।

ଅଦ୍ୟତନ ହୋଇଛି
Jana Small Finance Bank

Jana Small Finance Bank

Advertisment

ଭୁବନେଶ୍ୱର: ସୁନା ବନ୍ଧକ ଋଣ ନାଁରେ ସାଧାରଣ ଲୋକଙ୍କୁ କିଭଳି ଶୋଷଣ କରାଯାଉଛି। ସେନେଇ ଗ୍ରାହକଙ୍କ ଅଭିଯୋଗ ଆଧାରରେ ଗତ ୬ ତାରିଖରେ ପ୍ରସାରିତ ଖବର ଉପରେ ସ୍ପଷ୍ଟୀକରଣ ରଖିଛି ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ। ପ୍ରେସ୍ ରିଲିଜ୍ ଜାରି କରି ସଂସ୍ଥା ଠକେଇ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛି।

Advertisment

କହିଛି, ଜନ ବ୍ୟାଙ୍କ ସହ ଋଣ ପରିଶୋଧ ଧାର୍ଯ୍ୟ ପ୍ରକ୍ରିୟା ମଧ୍ୟରେ ହୁଏ, ପ୍ରଥମେ ଗ୍ରାହକଙ୍କୁ ଏସ୍ଏମ୍ଏସ୍ ଜରିଆରେ ସୂଚନା ପ୍ରଦାନ କରାଯାଏ। ପରେ ବିଧିବଦ୍ଧ ନୋଟିସ୍ ଦିଆଯିବା ସହ ଋଣ ପରିଶୋଧ ଲାଗି ରିମାଇଣ୍ଡର ପଠାଯାଏ ଏହାପରେ ଋଣ ପରିଶୋଧ କିମ୍ବା ସୁନା ନିଲାମ ଲାଗି ନିର୍ଦ୍ଧାରିତ ସମ୍ପର୍କରେ ଗ୍ରାହକଙ୍କୁ ଫାଇନାଲ୍ ନୋଟିସ୍ ଜରିଆରେ ସୂଚିତ କରାଯାଏ। ଅକ୍ସନ୍ ପୂର୍ବରୁ ମଧ୍ୟ ପ୍ରି-ଅକ୍ସନ୍ ଇଣ୍ଟିମେସନ୍ କରାଯାଇଥାଏ। 

ସେହିପରି ନିଲାମ ସଂପର୍କରେ ଗୋଟିଏ ଇଂରାଜୀ ଏବଂ ଓଡ଼ିଆ ଖବର କାଗଜରେ ପବ୍ଲିକ୍ ଅକ୍ସନ୍ ନୋଟିସ୍ ଦିଆଯାଇଥାଏ, ଯେଉଁଥିରେ ଗ୍ରାହକଙ୍କ ନାଁ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥାଏ। ତେବେ ବ୍ୟାଙ୍କ ନାଁରେ ଆସିଥିବା ଠକେଇ ଓ ଶୋଷଣ ଅଭିଯୋଗକୁ ପୂର୍ବରୁ ମଧ୍ୟ ସଂସ୍ଥା ପକ୍ଷରୁ ଖଣ୍ଡନ କରାଯାଇଥିଲା। ଖୋର୍ଦ୍ଧା ସହରରେ ଥିବା ଜନ ସ୍ମଲ ଫାଇନାନ୍ସ ନାମକ ଘରୋଇ ସଂସ୍ଥା କାର୍ଯ୍ୟାଳୟର ସୁନା ଠକେଇ ଅଭିଯୋଗରେ ଏହାର ବିରୋଧ କରି ଏକଜୁଟ ହୋଇଥିଲେ ଗ୍ରାହକ।

Advertisment
Bhubaneswar Jana Small Finance Bank
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ