Advertisment

ଘର ସାମ୍ନାରେ ବାଇକ୍‌ ରଖୁଥିଲେ ସାବଧାନ : ପେଟ୍ରୋଲ ନେଇଯାଉଛନ୍ତି ଚୋର

ନାକେଦମ୍‌ କଲେଣି ତେଲ ଚୋର । ଘର ଆଗରେ ରଖାଯାଇଥିବା ବାଇକରୁ ମଧ୍ୟ ତେଲ ଚୋରି କରି ନେଇ ଯାଉଛନ୍ତି ।

petrol

petrol

Advertisment

ପ୍ରତିଦିନ ବଢୁଛି ତେଲ ଦର ।  ପେଟ୍ରୋଲ ମୂଲ ଏବେ ଅମୂଲ । ଯାହାର ସିଧାସଖଳ ପ୍ରଭାବ ଅତ୍ୟାବଶ୍ୟକ ସାମଗ୍ରୀ ଦର ଉପରେ ପଡ଼ିବା ଆରମ୍ଭ କଲାଣି । ତେଳ ଦର ସାଧାରଣ ଜନତାଙ୍କୁ ଅଣନିଶ୍ୱାସୀ କରିପକାଇଲାଣି । ଦର ବୃଦ୍ଧି ଚିନ୍ତାରେ ଗ୍ରାହକ ବିକଳ୍ପ ଖୋଲିବା ଆରମ୍ଭ କଲେଣି । ହେଲେ ଏହାରି ଭିତରେ ଚିନ୍ତାକୁ ଅଧିକ ବଢ଼ାଉଛି ପେଟ୍ରୋଲ ଚୋରଙ୍କ ଦୌରାତ୍ମ୍ୟ। ବ୍ରହ୍ମପୁରରେ ମାତିଛନ୍ତି ତେଳ ଚୋର । ମୋବାଇଲରେ କିଛି ଏଭଳି ଦୃଶ୍ୟ ରେକର୍ଡ ହୋଇଛି ।

Advertisment

ବ୍ରହ୍ମପୁର ଶାସ୍ତ୍ରୀ ନଗର 4th ଲେନରେ ପେଟ୍ରୋଲ ଚୋରଙ୍କ ଦୌରାତ୍ମ୍ୟ ଆରମ୍ଭ ହୋଯାଇଛି । ରାତି ୨ଟା ବେଳେ କିଛି ଯୁବକ ଦାଣ୍ଡରେ ବୁଲି ଦାଣ୍ଡରେ ଗାଡି ନିକଟରେ ଚକ୍କର କାଟୁଥିବା ଘର ମାଲିକ ଦେଖିଥିଲେ । ବାଇକକୁ ଘର ବାହାରେ ରଖିଥିବାରୁ କେହି ବାଇକ ଚୋର ହୋଇଥିବ ନଜର ରଖିଥିଲେ । ହେଲେ ହଠାତ ଜଣେ ଯୁବକ ବାଇକ ନିକଟକୁ ଆସି ପେଟ୍ରୋଲ ବାହାର କରି ସେଠାରୁ ଛୁ ମାରିଥିଲା ।

ବାଇକ ମାଲିକ ଗତ ୩ ଦିନ ହେଲା ବାଇକରେ ତେଲ ଭର୍ତ୍ତି କରୁଥିଲେ ହେଁ ସକାଳୁ କମି ଯାଉଥିବାରୁ କେହି ଚୋରି କରୁଥିବ ଭାବି ଯାଞ୍ଚ କରିବାକୁ ଜଗି ରହିଥିଲେ । ଏହି ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ନାଇଟ ପେଟ୍ରୋଲିଂ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

Advertisment
Fuel Theft
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ