Advertisment

ଏତେ କଡ଼ା ସୁରକ୍ଷା ବଳୟ ଭେଦି ରୋଷଶାଳା ଭିତରକୁ ଦୁର୍ବୃତ୍ତ ପଶିଲା କେମିତି ?

ସବୁଠୁ ବଡ଼ କଥା ହେଉଛି କେଉଁ ଦୁର୍ବୃତ୍ତ ଏ କାମ କଲେ, ୟା ପଛରେ ଉଦ୍ଦେଶ୍ୟ କଣ? ତ୍ରିସ୍ତରୀୟ ସୁରକ୍ଷା ବଳୟ ଭେଦି ଦୁର୍ବୃତ୍ତ ରୋଷଶାଳା ଭିତରକୁ ଗଲେ କେମିତି?

ଅଦ୍ୟତନ ହୋଇଛି
Srimandir

Srimandir

Advertisment

ତେବେ ଯାହା ହେଉ ଖବର ଆସିବା ରେ ଜିଲ୍ଲାପାଳ, ଏସ୍ପି, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପ୍ରମୁଖ ଘଟଣା ସ୍ଥଳକୁ ଆସି ସରଜମିନ୍ ବୁଲି ଦେଖିଲେ । ପରେ ୪୮ ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସକଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଗଲା । ହେଲେ ମୂଳ କଥା ହେଲା ଏନେଇ ସିଂହଦ୍ୱାର ଥାନାରେ ଏତଲା ହେବାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଗଲା । ନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ , ନା ସୁଆର ମହାସୁଆର ନିଯୋଗ ପକ୍ଷରୁ ତତ୍କାଳ ଏତଲା ହେଲା ।

Advertisment

ସବୁଠୁ ବଡ଼ କଥା ହେଉଛି କେଉଁ ଦୁର୍ବୃତ୍ତ ଏ କାମ କଲେ, ୟା ପଛରେ ଉଦ୍ଦେଶ୍ୟ କଣ? ତ୍ରିସ୍ତରୀୟ ସୁରକ୍ଷା ବଳୟ ଭେଦି ଦୁର୍ବୃତ୍ତ ରୋଷଶାଳା ଭିତରକୁ ଗଲେ କେମିତି? ଏତେ ଚୁଲି ଭାଙ୍ଗିବାରେ ଜଣେ ତ ନୁହେଁ, ନିଶ୍ଚୟ ବହୁଜଣ ଥିବେ, ବେଶ୍ କିଛି ସମୟ ଧରି ଭଙ୍ଗାରୁଜା ଚାଲିଥିବ, ସେ ସମୟରେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଜେଟିପି ଓ ଅନ୍ୟ ସୁରକ୍ଷାବଳ କଣ କରୁଥିଲେ?

ଏସବୁ ଜାଣିବା ପାଇଁ ଏତେ ସମୟ ଲାଗିଯିବ? ଶ୍ରୀମନ୍ଦିର ପରିସରରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲେ ତ ତୁରନ୍ତ ଧରାପଡିଯାଇଥାନ୍ତା । ତାହେଲେ ଏତେ ଡେରି କାହିଁକି? ନା ଅସଲ କଥାଟି କଣ, ଚୁଲି ଭଙ୍ଗା ଛରେ କେଉଁମାନେ, କେଉଁ ବିବାଦ ରହିଛି? ସେସବୁ ଜଣାଡ଼ିଯିବାରୁ ଏସବୁ କାଳକ୍ଷେପଣ ନୀତିର ଅଂଶା ।

Advertisment

ତେବେ ଏଭିତରେ ଏୟା ବି କୁହାଯାଉଛି, ଯେ ମନ୍ଦିର ଭିତରେ ସିସିଟିଭି ବ୍ୟବସ୍ଥା ବାବଦକୁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି ସେ ଭିତରୁ ଅନେକ ସିସି କ୍ୟାମେରା କାମ କରୁନି । ଏ ଘଟଣା ରେ ଶ୍ରୀମନ୍ଦିରର ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ତ ଫୁଟିକି ବାହାରିଛି, ତା ସାଙ୍ଗକୁ ଏୟା ବି କୁହାଯାଉଛି, ଏ ସବୁ କୁଆଡ଼େ ସୁକାର ସେବାୟତଙ୍କ ମଧ୍ୟରେ ଥିବା ବିବାଦର ଫଳ ।

ଯଦି ଏହା ସତ ତାହେଲେ, ଏ ସତ କଣ ପ୍ରଶାସନ ପାଖରେ ନାହିଁ ? ତାହେଲେ ତତ୍କାଳ କାର୍ଯ୍ୟାନୁଷ୍ଠାନରେ ଏତେ ବିଳମ୍ବ କାହିଁକି? ଯଦି ଏହା ସତ, ତାହେଲେ ବିବାଦ ଯାହାବି ଥାଉ ନା କାହିଁକି, ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦକୁ ବନ୍ଦ କରିଦେବା, ଦିଅଁଙ୍କ ଭୋଗ ବନ୍ଦ କରିଦେବା, ରୋଷଘର ଭାଙ୍ଗିଦେବା ଭଳି ଦୁର୍ବାର ଦୁଃସାହସକୁ ସମଗ୍ର ସେବାୟତ ସମାଜ ସହୁଛି କେମିତି?

Advertisment

ଏହି ଘଟଣା ଶ୍ରୀମନ୍ଦିର ପ୍ରଶାସନ, ନୂଆ କରି ଦାୟିତ୍ୱ ନେଇଥିବା ମୁଖ୍ୟ ପ୍ରଶାସକ ଓ ରାଜ୍ୟ ସରକାରଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲାବେଳେ, ଆମେ ଆଶା କରିବା- ଏସବୁ ବିଶୃଙ୍ଖଳାର ଏଇଠି ଅନ୍ତ ଘଟୁ । ଏଭଳି ବିଶୃଙ୍ଖଳାକୁ ସବୁ ମହଲରୁ ତୀବ୍ର ତିରସ୍କାର ସହ ଅନ୍ତତଃ ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠା ରହୁ । ଯେମିତିକି ଜଗନ୍ନାଥ ସଂସ୍କୃତିକୁ, ଗରିମାକୁ ଭୂଲୁଣ୍ଠିତ କରିବା ଭଳି ସାହସ ଆଗକୁ କେହିବି କରିବାକୁ ଭୟ କରିବୋ ଜୟ ଜଗନ୍ନାଥ...

Srimandir Chulhas Vandalised
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ