Advertisment

ତୃତୀୟ ସନ୍ତାନ ଜନ୍ମ କଲେ ୧୧.୫ ଲକ୍ଷ ଟଙ୍କା ବୋନସ୍, ବର୍ଷେ ଛୁଟି

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଭାରି ପଡିଛି। ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ଏବଂ ଯୁବକମାନଙ୍କ ସଂଖ୍ୟା ହ୍ରାସ ହେବା ଏକ ଚିନ୍ତାର ବିଷୟ ପାଲଟିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ତୃତୀୟ ସନ୍ତାନ ନୀତି ପ୍ରଣୟନ କରାଯାଇଛି।

ଅଦ୍ୟତନ ହୋଇଛି
Chinese company offers 11 lakh cash bonus on third child

Chinese company offers 11 lakh cash bonus on third child

Advertisment

ଆମ ଦେଶରେ ଜନସଂଖ୍ୟା ବୃଦ୍ଧି ଯେତେବେଳେ ଏକ ପ୍ରମୁଖ ସମସ୍ୟା ପାଲଟିଛି ଠିକ୍ ସେତିକିବେଳେ ପଡୋଶୀ ଦେଶ ଚାଇନାରେ ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ଏବଂ ଯୁବକମାନଙ୍କ ସଂଖ୍ୟା ହ୍ରାସ ହେବା ଏକ ଚିନ୍ତାର ବିଷୟ ପାଲଟିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ତୃତୀୟ ସନ୍ତାନ ନୀତି ପ୍ରଣୟନ କରାଯାଇଛି। ଏହି ନୀତି ଅନୁଯାୟୀ, ଚାଇନାର ପ୍ରତି ପରିବାରକୁ ଏକ ତୃତୀୟ ସନ୍ତାନ ପାଇଁ ଉତ୍ସାହିତ କରାଯାଉଛି।

Advertisment

ଏହାପୂର୍ବରୁ, ଚାଇନାରେ ଜନସଂଖ୍ୟା ବୃଦ୍ଧି ହେତୁ ଗୋଟିଏ ସନ୍ତାନ ଜନ୍ମ ନୀତି କାର୍ଯ୍ୟକାରୀ ହୋଇଥିଲା। ଏହା ଦ୍ୱାରା ଜନସଂଖ୍ୟା ହ୍ରାସ ପାଇଥିଲା ସତ କିନ୍ତୁ ଅର୍ଥନୀତି ପ୍ରଭାବିତ ହେବାକୁ ଲାଗିଲା। ବର୍ତ୍ତମାନ ଚୀନ୍ ଏହି ନୀତିକୁ ରଦ୍ଦ କରିଦେଇଛି ଏବଂ ଦେଶର ଯୁବ ପରିବାରକୁ ଦୁଇ କିମ୍ବା ତିନି ସନ୍ତାନ ଜନ୍ମ କରିବାକୁ ଉତ୍ସାହିତ କରୁଛି। ଏନେଇ ମେ’ରୁ ଚାଇନାରେ ତୃତୀୟ ଶିଶୁ ନୀତି ଅଣାଯାଇଛି।

ବର୍ତ୍ତମାନ ଏଠାରେ ଥିବା ଏକ କମ୍ପାନୀ ତୃତୀୟ ସନ୍ତାନର ଜନ୍ମ ସମୟରେ ନିଜ କର୍ମଚାରୀଙ୍କୁ ବୋନସ୍ ପ୍ରଦାନ କରିବାକୁ ଏବଂ ମହିଳା କର୍ମଚାରୀଙ୍କୁ ବର୍ଷସାରା ଛୁଟି ଦେବାକୁ ପ୍ରସ୍ତାବ ଦେଇଛି।

Advertisment

ତୃତୀୟ ସନ୍ତାନ ପ୍ରସବ ପାଇଁ ୧୧.୫ ଲକ୍ଷ ବୋନସ୍

ବେଜିଂ ଡାବେନୋଙ୍ଗ ଟେକ୍ନୋଲୋଜୀ ଗ୍ରୁପ୍ ନାମକ ଏକ କମ୍ପାନୀ ଏହାର କର୍ମଚାରୀମାନଙ୍କୁ ତୃତୀୟ ସନ୍ତାନର ଜନ୍ମ ସମୟରେ ୯୦ ହଜାର ୟୁଆନ୍ ଅର୍ଥାତ୍ ସାଢେ ୧୧ ଲକ୍ଷ ଟଙ୍କା ବୋନସ୍ ପ୍ରଦାନର ଅଫର କରିଛି। କେବଳ ଏତିକି ନୁହେଁ, ଯଦି ମହିଳା କର୍ମଚାରୀ ଏକ ତୃତୀୟ ସନ୍ତାନକୁ ଜନ୍ମ ଦେଉଛନ୍ତି, ତେବେ ତାଙ୍କୁ ଏକ ବର୍ଷର ଛୁଟି ମଧ୍ୟ ଦିଆଯିବ। ସେହିପରି ପୁରୁଷ କର୍ମଚାରୀଙ୍କୁ ଶିଶୁକୁ ସମ୍ଭାଳିବା ପାଇଁ ୯ ମାସ ଛୁଟି ଦିଆଯିବ।

କେବଳ ଏତିକି ନୁହେଁ, ଯେଉଁ କର୍ମଚାରୀମାନେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଉଛନ୍ତି ସେମାନେ ମଧ୍ୟ ୬୦ ହଜାର ୟୁଆନ ଅର୍ଥାତ୍ ୭ ଲକ୍ଷ ଟଙ୍କା ବୋନସ୍ ପାଇବେ ଏବଂ ଯେଉଁମାନେ ପ୍ରଥମ ସନ୍ତାନକୁ ଜନ୍ମ ଦିଅନ୍ତି ସେମାନଙ୍କୁ ୩୦ ହଜାର ୟୁଆନ୍ ଅର୍ଥାତ୍ ୩.୫ ଲକ୍ଷ ଟଙ୍କା ବୋନସ୍ ଦିଆଯିବ।

Advertisment

ଜନସଂଖ୍ୟା ହ୍ରାସ ହେତୁ ଚୀନ୍‌ର ସମସ୍ୟା:

ଏକଦା ଜନସଂଖ୍ୟା ବିସ୍ଫୋରଣରେ ଅସୁବିଧା ଭୋଗୁଥିବା ଚୀନ୍ ବର୍ତ୍ତମାନ ଜନସଂଖ୍ୟା ହ୍ରାସ ହେତୁ ସମସ୍ୟାର ସମ୍ମୁଖୀନ ହେଉଛି। ବାସ୍ତବରେ, ଏକ ଶିଶୁ ନୀତି ଯୋଗୁଁ କେବଳ ଚାଇନାରେ ଲିଙ୍ଗ ଅନୁପାତରେ ପ୍ରଭାବ ପଡିନି ବରଂ ଅର୍ଥନୀତିରେ ମଧ୍ୟ ସମସ୍ୟା ଦେଖାଦେଇଛି। ଲୋକମାନେ ଲିଙ୍ଗ ନିରୂପଣ କରି ଗର୍ଭପାତ କରାଇଲେ, ଯେଉଁ କାରଣରୁ ପୁଅ ଏବଂ ଝିଅମାନଙ୍କର ଅନୁପାତରେ ପ୍ରଭାବ ପଡିଲା।

ଏହି କାରଣରୁ ଜାନୁୟାରୀ ୨୦୧୬ ରୁ ଚୀନ୍ ଗୋଟିଏ ଶିଶୁ ନୀତି ରଦ୍ଦ କରିଦେଇଛି ଏବଂ ୨୦୨୧ ମେ’ରୁ ତୃତୀୟ ସନ୍ତାନ ଜନ୍ମକୁ ମଧ୍ୟ ଚାଇନା ଅନୁମତି ଦେଇଛି। ଜନଗଣନା ଅନୁଯାୟୀ, ୨୦୨୦ ମସିହାରେ ଚାଇନାରେ ୧ କୋଟି ୨୦ ଲକ୍ଷ ଶିଶୁ ଜନ୍ମ ହୋଇଥିଲେ।

Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ