Advertisment

ଘାଟ ବିବାଦ: ଚିଲିକା ମଝିରେ ଫସିଲେ ଶତାଧିକ ଯାତ୍ରୀ

ବିନା କାରଣରେ କାହିଁକି ଏଭଳି ଦଶା ଭୋଗିଲେ ଯାତ୍ରୀ

Chilika Ghat Controversy

Chilika Ghat Controversy

Advertisment

କୃଷ୍ଣପ୍ରସାଦ: ଘାଟ ବିବାଦ ଯୋଗୁଁ ଡଙ୍ଗାରେ ଫସିଛନ୍ତି ଶତାଧିକ ଯାତ୍ରୀ। ଚିଲିକାର ଜହ୍ନିକୁଦା ଘାଟରେ ଡଙ୍ଗା ଲାଗିବାକୁ ଅନୁମତି ଦିଆଯାଉନଥିବାରୁ ଏଭଳି ସ୍ଥିତି ଉପୁଜିଛି। ତେବେ ସାତପଡ଼ାରୁ ଆସିଥିବା ୨୦ରୁ ଅଧିକ ଡଙ୍ଗାକୁ ଘାଟରେ ଲଗାଇ ଦିଆଯାଉନି। ଘାଟରେ ଲାଗିବାକୁ ଅନୁମତି ମିଳୁନଥିବାରୁ ଡଙ୍ଗାରେ ଫସିଛନ୍ତି ଶତାଧିକ ଯାତ୍ରୀ। ସାତପଡ଼ା ଓ ଜହ୍ନିକୁଦା ଘାଟ ବିବାଦ ଅନେକ ଦିନ ଧରି ଲାଗିରହିଛି। ଚଳିତ ବର୍ଷ ଦ୍ୱିତୀୟ ବାଲିଯାତ୍ରାକୁ ନେଇ ବିବାଦ ଆରମ୍ଭ ହୋଇଛି।

Advertisment

ପ୍ରକାଶଥାଉକି ପୂର୍ବରୁ ଲାଗିରହିଥିବା ଘାଟ ବିବାଦ ଆଜି ଖରାବେଳଠୁ ଅଧିକ ତେଜିବାରେ ଲାଗିଥିଲା। ଜହ୍ନିକୁଦାରୁ ସାତପଡ଼ା ଏଠାରେ ଯାତ୍ରୀଙ୍କୁ ନେଇ ଡଙ୍ଗା ଯାତାୟତ ଅଧିକ ଥାଏ। ତେବେ ଜହ୍ନିକୁଦାରୁ ଯେତେବେଳେ ସାତପଡ଼ା ଡଙ୍ଗା ଯାଇଥିଲା, ଯାତ୍ରୀଙ୍କୁ ଖାଲି କରିବା ପରେ କିଛି ଯାତ୍ରୀଙ୍କୁ ଆଣିବା ବେଳେ ଏହାକୁ ସାତପଡ଼ାର ଡଙ୍ଗା ଚାଳକ ବିରୋଧ କରିଥିଲେ।

ତେବେ ସେହି ପରିସ୍ଥିତି ଜହ୍ନିକୁଦାରେ ଦେଖାଦେଇଥିଲା। ଏହି ବିବାଦ ଉଗ୍ର ରୂପ ନେଇଥିଲା। ଉଭୟ ଘାଟରେ ଲାଗିବାକୁ ଅନୁମତି ନଦେବାରୁ ଯାତ୍ରୀମାନେ ପାଣି ଭିତରେ ଫସିରହିଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ