Advertisment

ଦିଦି ନାହାନ୍ତି, ଖାଦ୍ୟ ନାହିଁ, ଘର ବି ନାହିଁ...ପିଲାଏ ପଢିବେ କେମିତି ?

ଏଠି କିଛି ନାହିଁ । ଦିଦି ନାହାନ୍ତି, ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନାହିଁ କି କୁନିକୁନି ପିଲାଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ। ସହାୟିକାଙ୍କ ଘରେ ପିଲା ପଢୁଥିଲେ ହେଲେ ସେ ବାହା ହେବା ପରେ ଏବେ ପିଲାଙ୍କ ପାଠରେ ବନ୍ଧା ହେଲା ଡୋରି।

ଅଦ୍ୟତନ ହୋଇଛି
Children’s study disrupted

Children’s study disrupted

Advertisment

ଝିପିଝିପି ବର୍ଷା ହେଉଛି...ଭଙ୍ଗାଦଦରା ଘରେ ଚାଲିଛି ଅଙ୍ଗନବାଡି । ସିଏ ବି ପୁଣି ଅତି ପ୍ରତକୂଳ ପରିସ୍ଥିତିରେ । ଏମିତିକି ଯଦି କିଛି ଦୁର୍ଘଟଣା ଘଟେ ସେଥିପାଇଁ ଉତ୍ତରଦାୟୀ କିଏ ରହିବ ସେ ପ୍ରଶ୍ନର ଉତ୍ତର ଦେବାକୁ ବି କେହି ନାହାନ୍ତି ।

Advertisment

ଗଜପତି ମୋହନା ବ୍ଲକ୍ ଦୁର୍ଗମ ଗାଁରେ ଅବ୍ୟବସ୍ଥାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର । କେବଳ ଏହି ଗୋଟିଏ ଗାଁରେ ନୁହେଁ ବରଂ ପାଖଆଖି ଅନେକ ଗାଁରେ ବିପଦ ସଂକୁଳ ଅବସ୍ଥାରେ ପିଲାମାନେ ପଢୁଛନ୍ତି ପାଠ । କେବଳ ପ୍ରତିକୂଳ ପରିସ୍ଥିତିରେ ପିଲାମାନେ ପାଠ ପଢୁଛନ୍ତି ତାହା ନୁହେଁ ବରଂ ପୃଷ୍ଟିକର ଖାଦ୍ୟ ବଦଳରେ ମିଳୁଛି ଶୁଖିଲା ଛତୁଆ ଗୁଣ୍ଡ । କୁନିକୁନି ପିଲାଙ୍କ ଲାଗି ନିଜସ୍ୱ ଅଙ୍ଗନବାଡି କେନ୍ଦ୍ରଟିଏ ନଥିବାରୁ ସହାୟିକାଙ୍କ ଘରେ ଚାଲିଥିଲା ଅଙ୍ଗନବାଡି କେନ୍ଦ୍ର । ହେଲେ ସେ ବିବାହ କରି ଅନ୍ୟତ୍ର ପଳାଇବାରୁ ଏବେ କେନ୍ଦ୍ରରେ ତାଲା ।

ସେହିଭଳି ପେନ୍ଦ୍ରାଖାଲ ଗାଁରେ ୭ ବର୍ଷ ହେଲାଣି ଅଙ୍ଗନବାଡ଼ି କୋଠା ନିର୍ମାଣ କାମ ଚାଲିଛି ଯେ ସରିବାର ନା ଧରୁନି । ତେଣୁ ବିପଦସଂକୁଳ ଅବସ୍ଥାରେ ପିଲାମାନେ ପଢୁଛନ୍ତି ପାଠ । ସେପଟେ ହାଣ୍ଡିମା ଗାଁରେ ଗତ ୨୦୧୫-୧୬ ମସିହାରୁ ଅଙ୍ଗନବାଡ଼ି କୋଠା ନିର୍ମାଣ କାମ ମଧ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଥିବାରୁ ବାଧ୍ୟ ହୋଇ ଅଙ୍ଗନବାଡ଼ି କର୍ମୀ ନିଜ ଘରେ କେନ୍ଦ୍ର ପରିଚାଳନା କରୁଛନ୍ତି ।

Advertisment

ପିଲାଙ୍କ ପାଠ ପଢାରେ ସାଙ୍ଘାତିକ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଏନେଇ ପ୍ରଶାସନକୁ ବାରମ୍ବାର ଅବଗତ କରିଛନ୍ତି ଅଭିଭାବକ । ତେବେ ପୂରା ଘଟଣା ଜାଣିବା ପରେ ମୋହନା ସିଡିପିଓ କହିଛନ୍ତି, ଅଙ୍ଗନବାଡ଼ି କୋଠା ସମ୍ପର୍କରେ ବ୍ଲକ୍ ପ୍ରଶାସନକୁ ବହୁବାର ଅବଗତ କରିଛନ୍ତି, ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ସୁପର-ଭାଇଜରମାନେ ଗସ୍ତ କରି ପଦକ୍ଷେପ ଗ୍ରହଣ କରିବେ । ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବାରମ୍ବାର କହୁଛନ୍ତି ରାଜ୍ୟ ସରକାର । ହେଲେ ଶିକ୍ଷାର ଏନ୍ତୁଡିଶାଳ କୁହାଯାଉଥିବା ରାଜ୍ୟର ଅଙ୍ଗନବାଡି କେନ୍ଦ୍ର ଗୁଡିକ ଯେଭଳି ଚାଲିଛି ତାହା ଶିକ୍ଷାବ୍ୟବସ୍ଥାର ଅସଲ ଚିତ୍ର ପଦାରେ ପକାଇଛି । ପ୍ରକୃତରେ ଶିକ୍ଷାରୁ କେତେ ପିଲା ବଞ୍ଚିତ ହେଉଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ ।

Anganwadi Worker
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ