Advertisment

୨୦୨୫ ସୁଦ୍ଧା ଶିଶୁ ଶ୍ରମିକ ମୁକ୍ତ ହେବ ଓଡ଼ିଶା

୧୪ ବର୍ଷରୁ କମ୍ ଶିଶୁଙ୍କୁ ଶ୍ରମ କ୍ଷେତ୍ରରେ ନିୟୋଜିତ କରିବା ଅକ୍ଷମଣୀୟ ଓ ଧର୍ତ୍ତବ୍ୟ ଅପରାଧ ଅଟେ ।

Child Labour

Child Labour

Advertisment

୨୦୨୫ ମସିହା ସୁଦ୍ଧା ଶିଶୁ ଶ୍ରମିକ ମୁକ୍ତ ହେବ ଓଡିଶା । ୧୪ ବର୍ଷରୁ କମ୍ ଶିଶୁଙ୍କୁ ଶ୍ରମ କ୍ଷେତ୍ରରେ ନିୟୋଜିତ କରିବା ଅକ୍ଷମଣୀୟ ଓ ଧର୍ତ୍ତବ୍ୟ ଅପରାଧ ଅଟେ ।ଏଥିପାଇଁ ଜେଲ ଦଣ୍ଡ ଭଳି କଡା ନିୟମ ମଧ୍ୟ ରହିଛି । ଶ୍ରମ କ୍ଷେତ୍ରରୁ ଶିଶୁଙ୍କୁ ନିବୃତ୍ତ ରଖିବାକୁ ହେଲେ ସେମାନଙ୍କ ଶିକ୍ଷାଦାନ ଜରୁରୀ, ଏନେଇ ଅଭିଭାବକ ମାନଙ୍କ ମଧ୍ୟରେ ସଚେତନତା ରହିବା ନିହାତି ଆବଶ୍ୟକ । 

Advertisment

କୋଭିଡ କାଳରେ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ଥିବାବେଳେ ଅଧାରୁ ପାଠ ଛାଡିବା ଓ ଶିଶୁ ଶ୍ରମିକ ସୃଷ୍ଟି ହେବା ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ରୋକିବା ପାଇଁ ଶିଶୁ ଶ୍ରମିକ ନିରୋଧ ପକ୍ଷ ପାଳନ କରାଯାଉଛି । ଭୁବନେଶ୍ବରରେ ସ୍ୱତନ୍ତ୍ର ସଚେତନତା ରଥ ପରିକ୍ରମା କରିଥିବା ବେଳେ ସବୁ ଜିଲ୍ଲାରେ ଅନୁରୂପ ରଥ ପରିକ୍ରମା କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ।

ଏହି ଅବସରରେ ସଚେତନତା ଶୋଭାଯାତ୍ରା ରାମମନ୍ଦିର ନିକଟରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ, ଶ୍ରମ ଆୟୁକ୍ତ ତିରୁମୁଲା ନାୟକ, ଚଳଚ୍ଚିତ୍ର ତାରକା ଦମ୍ପତ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା ସାମିଲ ହୋଇଥିଲେ ।

Advertisment
Child Labour In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ