ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ସମ୍ବର୍ଦ୍ଧିନା

ନବୀନ ନିବାସ ଠାରେ ଦୁଇ ଓଡିଆ ଅନ୍ତର୍ଜାତୀୟ କ୍ରୀଡା ତାରକା ଶ୍ରୀୟଙ୍କା ଷଡଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ଆର୍ଥିକ ପୁରସ୍କାର ସହିତ ସମ୍ବର୍ଦ୍ଧିତ କରିଛନ୍ତି ।

ଦୁଇ ଓଡ଼ିଆ ଆଥଲେଟଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

News Summary

ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଓ ଜୟନ୍ତୀ ବେହେରାଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର

ସାରା ବିଶ୍ୱରେ ଓଡ଼ିଶା ପାଇଁ ସୁନାମ ଆଣିଥିବାରୁ ପୁରସ୍କାର

ଅନ୍ତର୍ଜାତୀୟ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ ଓ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା । ନବୀନ ନିବାସ ଠାରେ ଦୁଇ ଓଡିଆ ଅନ୍ତର୍ଜାତୀୟ କ୍ରୀଡା ତାରକା ଶ୍ରୀୟଙ୍କା ଷଡଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ଆର୍ଥିକ ପୁରସ୍କାର ସହିତ ସମ୍ବର୍ଦ୍ଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିବା ବେଳେ ପାରା ଆଥଲେଟ୍ ଜୟନ୍ତୀ ବେହେରାଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର ଦେଇଛନ୍ତି ।

ଏହାସହ ଦୁଇ ବାଳିକା କ୍ରୀଡାବିତଙ୍କୁ ସେମାନଙ୍କର ସଫଳତା ପାଇଁ ଉଚ୍ଚ ପ୍ରଶଂସା କରିଛନ୍ତି ନବୀନ । ସାରା ବିଶ୍ୱରେ ସେମାନେ ଓଡ଼ିଶା ପାଇଁ ସୁନାମ ଆଣିଥିବାରୁ ଶ୍ରୀୟଙ୍କା ଓ ଜୟନ୍ତୀ ଓଡ଼ିଶାର ଗୌରବ ବୋଲି କହିଥିଲେ । ଶ୍ରୀୟଙ୍କା ନିକଟରେ କାଇରୋ ଠାରେ ଅନୁଷ୍ଠିତ I SSF ବିଶ୍ୱକପ୍ ସୁଟିଂ ପ୍ରତିଯୋଗିତାରେ ୫୦ ମିଟର ରାଇଫଲ ୩ ପୋଜିସନରେ ବ୍ରୋଞ୍ଜ ମେଡାଲ ପାଇଛନ୍ତି ।

ସେହିପରି ଜୟନ୍ତୀ ବେହେରା ଦୁବାଇ ଠାରେ ଅନୁଷ୍ଠିତ ବିଶ୍‌ ପାରା ଆଥଲେଟିକ୍ସ ପ୍ରତିଯୋଗିତାରେ ୩ଟି ମେଡାଲ ହାସଲ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କେ. ପାଣ୍ଡିଆନ ଓ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ ।