ଜଗା ଦର୍ଶନ କଲେ ପ୍ରଧାନ ବିଚାରପତି

 ଗତକାଲି ନିର୍ଦ୍ଧାରିତ ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍.ଭି. ରମନ୍ନା ପୁରୀରେ ପହଞ୍ଚିଥିଲେ। ରାତି ୯ଟା ୨୦ ମିନିଟରେ ମୁଖ୍ୟ ବିଚାରପତି ପୁରୀ ମେଫେୟାର ହୋଟେଲରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ପୁରୀ ସାଂସଦ ପିନାକୀ ମିଶ୍ର, ଫାଇଭ ଟି ସଚିବ ଭିକେ ପଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଦି ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ତା’ ପରେ ପ୍ରାୟ ରାତ୍ର ୧୧ଟା ୧୦ ମିନିଟ୍ ସମୟରେ ଶ୍ରୀମନ୍ଦିର ସମ୍ମୁଖକୁ ଆସି ଅନୁଧ୍ୟାନ କରିଥିଲେ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍.ଭି. ରମନ୍ନା

News Summary

ଗତକାଲି ରାତିରେ ଶ୍ରୀମନ୍ଦିର ସମ୍ମୁଖରେ ଚାଲି ଚାଲି ବୁଲିଥିଲେ ପ୍ରଧାନ ବିଚାରପତି

ଆଜି କଟକରେ ନବନିର୍ମିତ ଆଇନ ସେବା ଭବନର ଉଦଘାଟନ କରିବେ

ପୁରୀ :  ଓଡ଼ିଶା ଗସ୍ତରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି. ରମନ୍ନା । ଗତକାଲି ସଂଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ପୁରୀ ଆସିଥିଲେ । ପୁରୀରେ ପହଞ୍ଚିବା ପରେ ରାତିରେ ଶ୍ରୀମନ୍ଦିର ସମ୍ମୁଖକୁ ଆସି ଅନୁଧ୍ୟାନ କରିଥିଲେ ପ୍ରଧାନ ବିଚାରପତି ଏନ୍.ଭି. ରମନ୍ନା ।  ସିଂହଦ୍ୱାର ଓ ରୋଷଶାଳା ସମ୍ମୁଖ ପର୍ଯ୍ୟନ୍ତ ବାହାର ପଟରେ ଚାଲି ଚାଲି ବୁଲି ଦେଖିଥିଲେ  । ତେବେ ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଜଷ୍ଟିସ୍ ଏନ୍.ଭି. ରମନ୍ନା । ଏହାପରେ କଟକ ଯାଇ ନବନିର୍ମିତ ଆଇନ ସେବା ଭବନର ଉଦଘାଟନ କରିବେ । ଏହାସହ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କାଯର୍ୟକ୍ରମରେ ମଧ୍ୟ ଯୋଗ ଦେବେ ପ୍ରଧାନ ବିଚାରପତି ।

 ଗତକାଲି ନିର୍ଦ୍ଧାରିତ ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ୍.ଭି. ରମନ୍ନା ପୁରୀରେ ପହଞ୍ଚିଥିଲେ। ରାତି ୯ଟା ୨୦ ମିନିଟରେ ମୁଖ୍ୟ ବିଚାରପତି ପୁରୀ ମେଫେୟାର ହୋଟେଲରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ପୁରୀ ସାଂସଦ ପିନାକୀ ମିଶ୍ର, ଫାଇଭ ଟି ସଚିବ ଭିକେ ପଣ୍ଡିଆନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଦି ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ତା’ ପରେ ପ୍ରାୟ ରାତ୍ର ୧୧ଟା ୧୦ ମିନିଟ୍ ସମୟରେ ଶ୍ରୀମନ୍ଦିର ସମ୍ମୁଖକୁ ଆସି ଅନୁଧ୍ୟାନ କରିଥିଲେ। ରାତ୍ରି ପହୁଡ଼ ହୋଇଯାଇଥିବାରୁ ଶ୍ରୀମନ୍ଦିରକୁ ପ୍ରବେଶ କରିନଥିଲେ ।  ସିଂହଦ୍ୱାର ଏବଂ ରୋଷଶାଳା ସମ୍ମୁଖ ପର୍ଯ୍ୟନ୍ତ ବାହାରପଟରେ ଚାଲି ଚାଲି ବୁଲି ଦେଖିଥିଲେ । ଆଉ ତା’ପରେ ପୁଣି ସେ ହୋଟେଲକୁ ଫେରିଯାଇଥିଲେ । ସକାଳେ ପୁରୀ ବେଳାଭୂମି ଯାଇ ଦୀର୍ଘ ସମୟ ଧରି ବ୍ଲୁ ଫ୍ଲାଗ୍ ବିଚରେ ସମୁଦ୍ରର ମନୋରମ ଦୃଶ୍ୟକୁ ଅନୁଭବ କରିଥିଲେ । 

ତେବେ  ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ସମ୍ମୁଖରେ ନିଜେ ଏସପି ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ତେବେ ମୁଖ୍ୟ ବିଚାରପତି ଶ୍ରୀମନ୍ଦିର ଆସି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିସାରିଛନ୍ତି ।