Advertisment

ବଢ଼ି ବଢ଼ି ଚାଲିଛି ଚିକେନ ଦାମ୍‌, ଏବେ ୨୮୦

ମହଙ୍ଗା ମାଡ଼ରେ ପେଶି ହୋଇଗଲେଣି ସାଧାରଣ ଜନତା। ସପ୍ତାହ ପୂର୍ବେ ବ୍ରଏଲର କୁକୁଡ଼ା ମାଂସ ୧୮୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା ୨୮୦ ଟଙ୍କାରେ ପହଞ୍ଚିଲାଣି।

Chicken Price Skyrockets In Odisha

Chicken Price Skyrockets In Odisha

Advertisment

ମହଙ୍ଗା ମାଡ଼ରେ ପେଶି ହୋଇଗଲେଣି ସାଧାରଣ ଜନତା। କେତେବେଳେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ତ ଆଉ କେତେବେଳେ ପନିପରିବା, ଗ୍ୟାସ୍‌ ଦର ବୃଦ୍ଧି। ଏଭଳି ଗୋଟିଏ ପରେ ଗୋଟିଏ ମହଙ୍ଗା ମାଡ଼ ସାଧାରଣ ଜନତାଙ୍କ ଉପରେ ଭାରି ପଡ଼ିଛି। ଏସବୁ ଭିତରେ ଏବେ ବ୍ରଏଲର କୁକୁଡ଼ା ମାଂସ ଦର ଆକାଶ ଛୁଆଁ ହୋଇଛି। 

Advertisment

ସପ୍ତାହ ପୂର୍ବେ ବ୍ରଏଲର କୁକୁଡ଼ା ମାଂସ ୧୮୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା ୨୮୦ ଟଙ୍କାରେ ପହଞ୍ଚିଲାଣି। ଆମିଷ ବାରରେ ସର୍ବାଧିକ ବିକ୍ରି ହେଉଥିବା ଚିକେନ୍‌ର ହଠାତ୍ ଏଭଳି ଦରବୃଦ୍ଧି ଖାଉଟିଙ୍କୁ ଖୁବ୍ ବାଧିଛି।କୁକୁଡ଼ା ଦାନା ଦର ବୃଦ୍ଧି ସାଙ୍ଗକୁ ବାହାଘର ଋତୁ ଥିବାରୁ  ବ୍ରଏଲର କୁକୁଡ଼ା ମାଂସ ଦର ବୃଦ୍ଧି ପାଇଥିବା ବ୍ୟବସାୟୀ କହିଛନ୍ତି।   

ଓଡ଼ିଶାର ଚାଷୀମାନେ ଚାହିଦା ଅନୁସାରେ କୁକୁଡ଼ା ମାଂସ ଯୋଗାଇ ପାରୁ ନାହାନ୍ତି। ଫଳରେ ଆନ୍ଧ୍ରରୁ ଏବେ ବ୍ରଏଲର କୁକୁଡ଼ା ଆମଦାନୀ ହେଉଛି। ସେପଟେ ଟମାଟୋ କିଲୋ ଏବେ ୧୦୦ ଟଙ୍କା ପାର୍ କରିଛି। ଫଳରେ ପରିବା ମାର୍କେଟକୁ ଗଲେ ଟମାଟୋରୁ ମୁହଁ ଫେରାଇ ନେଉଛନ୍ତି ଗ୍ରାହକ। ଯାହାର କିଲେ ଦରକାର, ସେ ଅଢେଇଶ ନେଇ କାମ ଚଳାଇ ଦେଉଛି। 

Advertisment

Chicken Price In Odisha Chicken Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ