Rahul Who Trapped In 80 Foot Deep Rorewell Discharged From Hospital
ଧିରେ ଧିରେ ସୁସ୍ଥ ହେଉଛି ରାହୁଲ। ସବୁ କିଛି ବୁଝୁଛି, ଚିହ୍ନିବାକୁ ଚେଷ୍ଟା କରୁଛି। ହସ୍ପିଟାଲ୍ରୁ ଭଲ ହୋଇ ଘରକୁ ଆସିଛି। ଆଉ ଏବେ ଆଖପାଖରେ ଥିବା ସମସ୍ତଙ୍କୁ ଘଟଣା ସମ୍ପର୍କରେ ବି ପଚାରୁଛି।
ଛତିଶଗଡ଼ ପିହରିଡ଼ରେ ଯେଉଁଠି ୮୦ ଫୁଟ ଗଭୀର ବୋରୱେଲ୍ ଭିତରୁ ରାହୁଲ ଉଦ୍ଧାର ହୋଇଥିଲା ଓ ରେସ୍କ୍ୟୁ ପାଇଁ ଖୋଳା ହୋଇଥିବା ସ୍ଥାନରେ ଏବେ ମାଟି ପୋତା ଚାଲିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏସବୁକୁ ପୋତିବା କାର୍ଯ୍ୟ ଚାଲିଛି। ସମ୍ପୂର୍ଣ୍ଣ ଅଞ୍ଚଳକୁ ବେଢ଼ା ଯାଇ ପୋତା ଚାଲିଛି। ଏହାରି ପାଖରେ ବସି ରାହୁଲ ଗାତ ପୋତା କାର୍ଯ୍ୟକୁ ଦେଖୁଛି। ସତେ ଯେମିତି ମନେ ପକାଉଛି ସେଦିନର ସମସ୍ତ ଘଟଣା।
କେମିତି ହେଇଥିଲା ଏତେ ବଡ଼ ଅଘଟଣ ? ଆଉ ତାପାଇଁ କିପରି ସାରା ଦେଶ ପ୍ରାର୍ଥନା କରୁଥିଲା ସେ ସବୁକୁ ଯେପରି ରାହୁଲ ମନେ ପକାଉଛି। ଗାତ ଖୋଳିଲା ବେଳେ ଆଖପାଖରୁ ଲୋକେ ଆସି ଦେଖୁଥିଲେ। ଆଉ ଗାତ ପୋତିବା ବେଳେ ବି ବହୁ ଲୋକ ଏହାକୁ ଦେଖିବାକୁ ଆସିଛନ୍ତି।
ସୂଚନାଥାଉ କି, ଛତିଶଗଡ଼ ଜାଞ୍ଜଗିରି-ଚାମ୍ପା ଜିଲ୍ଲାରେ ୧୦୪ ଘଣ୍ଟା ପରେ ୮୦ ଫୁଟ ଗଭୀର ବୋରୱେଲ୍ ଭିତରୁ ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର କରାଯାଇଥିଲା। NDRF, SDRF, ଛତିଶଗଡ଼ ପୋଲିସ, ଭାରତୀୟ ସେନା ଏବଂ ଜାଞ୍ଜଗିର ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏହା ସଫଳ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1656321418.jpg)