କନ୍ଦାଉଛି ପିଆଜ: ୮୦ ରେ କିଣି ୨୦ ଟଙ୍କାରେ ବିକିଲା ଛାତ୍ର କଂଗ୍ରେସ

ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର । ଓଡ଼ିଶା ବଜାରରେ ୮୦ଟଙ୍କା ଛୁଇଁଲାଣି ପିଆଜ ।

Congress is selling onions

ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର । ଓଡ଼ିଶା ବଜାରରେ ୮୦ଟଙ୍କା ଛୁଇଁଲାଣି ପିଆଜ । ଦର କମୁ ନଥିବାରୁ ଦେଖିବାକୁ ମିଳିଛି ଜନ ଅସନ୍ତୋଷ । ବଜାରରେ ପିଆଜ କେଜିକୁ ୮୦ଟଙ୍କା, ହେଲେ କଂଗ୍ରେସ ବିକୁଛି ମାତ୍ର ୨୦ ଟଙ୍କାରେ । ପିଆଜ ଦର ବୃଦ୍ଧି ପାଇଁ ଏପରି ଅଭିନବ ପ୍ରତିବାଦ କରିଛି ରାଜ୍ୟ ଛାତ୍ର କଂଗ୍ରେସ ।

ତେବେ ଏହାକୁ କିଣିବାକୁ ମଧ୍ୟ ଲୋକଙ୍କ ଭିତରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ପିଆଜ ଦରବୃଦ୍ଧି ନେଇ ଛାତ୍ର କଂଗ୍ରେସ ପକ୍ଷରୁ କୃଷି ମନ୍ତ୍ରୀଙ୍କ ବାସଭବନ ଘେରାଉ କରା ଯାଇଛି । ପିଆଜ ଦର ନିୟନ୍ତ୍ରଣ ଏବଂ କଳାବଜାରୀ ରୋକିବାରେ ସରକାର ଫେଲ ମାରିଥିବା ଅଭିଯୋଗ କରିଛି ଦଳ । 

ଏଣୁ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ କୃଷି ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି । ତେବେ ଏନେଇ କୃଷିମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନି । ଅନ୍ୟପଟେ ପିଆଜ ଦର ଆକାଶଛୁଆଁ ହେବା ପରେ ଭାରତ ସରକାରଙ୍କ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ମାତ୍ର ୨୫ ଟଙ୍କାରେ ବଣ୍ଟା ଯାଉଛି ପିଆଜ । ପ୍ରତି ଲୋକଙ୍କୁ ୨କେଜି ହିସାବରେ ପିଆଜ ଦିଆଯାଉଛି । ଭୁବନେଶ୍ବରର ପ୍ରଶାନ୍ତିବିହାର ଚିରଗାଲଟୋଲା ବସ୍ତିରେ ପିଆଜ ବଣ୍ଟନ କରାଯାଉଛି । ଏଠାରେ ମଧ୍ୟ ପିଆଜ କିଣିବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି ।