Advertisment

‘ଝିଅମାନକୁ ଆଗକୁ ଯିବା କୌଣସି ଅଧିକାର ନାହିଁ, ସ୍ଥିତି କେବଳ ଚୁଲି ପର୍ଯ୍ୟନ୍ତ’

କାନ୍ଦୁଛନ୍ତି ଓ ନିଜର ଦୁଃଖକୁ ପ୍ରକାଶ କରୁଛନ୍ତି ‘ଗ୍ରାଜୁଏଟ୍ ଚାଆବାଲୀ’। ବିହାରର ବାସିନ୍ଦା ପ୍ରିୟଙ୍କା ଗୁପ୍ତା ଏକ ଚା’ ଷ୍ଟଲ୍ ଖୋଲିଥିଲେ। ଏହି ଚା’ ଦୋକାନର ନାମ ହେଉଛି ‘ଗ୍ରାଜୁଏଟ୍ ଚାଆବାଲୀ’। ଝିଅମାନଙ୍କର ସୀମା କେବଳ ରୋଷେଇ ଘର ବୋଲି ସେ କହିଛନ୍ତି। ପୂରା ଖବର ଜାଣିବା ପାଇଁ ଦେଖନ୍ତୁ…

ଅଦ୍ୟତନ ହୋଇଛି
Patna Graduate Chai Wali

Cheating happened with graduate chai wali

Advertisment

ସୋସିଆଲ ମିଡିଆ ରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳେ ଯେ ସୋସିଆଲ ମିଡିଆର ସେନ୍ସର ‘ଗ୍ରାଜୁଏଟ୍ ଚାଆବାଲୀ’ କାନ୍ଦୁଛନ୍ତି ଓ ନିଜର ଦୁଃଖକୁ ପ୍ରକାଶ କରୁଛନ୍ତି। ବିହାରର ବାସିନ୍ଦା ପ୍ରିୟଙ୍କା ଗୁପ୍ତା ଏକ ଚା’ ଷ୍ଟଲ୍ ଖୋଲିଥିଲେ। ଏହି ଚା’ ଦୋକାନର ନାମ ହେଉଛି ‘ଗ୍ରାଜୁଏଟ୍ ଚାଆବାଲୀ’।

Advertisment

ପ୍ରିୟଙ୍କା ଗୁପ୍ତା ସୋସିଆଲ ମିଡିଆ ରେ ଭାଇରାଲ ହୋଇଛନ୍ତି। କିଛି ଦିନ ପୂର୍ବରୁ ପାଟନା ନଗର ନିଗମ ମଧ୍ୟ ତାଙ୍କ ଠେଲାକୁ ହଟାଇ ଦେଇଥିଲେ। ଠେଲାକୁ ହଟାଇବା ପରେ ପ୍ରିୟଙ୍କା କାନ୍ଦିବାକୁ ଲାଗିଥିଲେ, ଏହା ପରେ ସେ ଲାଲୁ ପ୍ରସାଦ ଯାଦବଙ୍କ ନିକଟରେ ପହଞ୍ଚିଥିଲେ। ଅନୁମତି ପରେ ସେ ପୁଣି ଦୋକାନ ଦେଇଥିଲେ।

ବର୍ତ୍ତମାଣ ମ୍ୟୁନିସିପାଲିଟି କର୍ପୋରେସନ୍ ପୁଣିଥରେ ତାଙ୍କ ଦୋକାନ ବନ୍ଦ କରିଦେଇଛି। ଏହି ଦୁଃଖରେ ପ୍ରିୟଙ୍କା ପୁଣି କାନ୍ଦିବାକୁ ଲାଗିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ଭାଇରାଲ ଭିଡିଓ ରେ ଏହା ଦେଖିବାକୁ ମିଳେ ଯେ ପ୍ରିୟଙ୍କା କାନ୍ଦି କାନ୍ଦି କହୁଛନ୍ତି- "ଆପଣ ସମସ୍ତେ ମୋତେ ଗ୍ରାଜୁଏଟ୍ ଚାଆବାଲୀ ଭାବରେ ଜାଣିଥିବେ। ସୋକଲ୍ଡ ଗ୍ରାଜୁଏଟ୍ ଚାଆବାଲୀ। ମୁଁ ମୋର ସୀମା ବୋଧେ ଭୁଲି ଯାଇଥିଲି। ମୁଁ ଭାବୁଥିଲି ବିହାରରେ କିଛି ଭିନ୍ନ କରୁଛି। ଆପଣମାନେ ତ ସହଯୋଗ କରୁଥିଲେ। କିନ୍ତୁ ମୁଁ ମୋ ସୀମା ବୋଧେ ଭୁଲିଯାଇଥିଲି ଯେ ଏହା ହେଉଛି ବିହାର। ଏଠି ଝିଅମାନଙ୍କର ସୀମା କେବଳ ଏତିକି ଯେ ସେମାନେ ରୋଷେଇ ଘରେ ହିଁ ସୀମିତି ରହିବେ। ଝିଅମାନକୁ ଆଗକୁ ଯିବା କୌଣସି ଅଧିକାର ନାହିଁ।"

Advertisment

ଭିଡିଓରେ କାନ୍ଦୁଥିବା ପ୍ରିୟଙ୍କା ଆହୁରି କହିଛନ୍ତି- "ଏଠାରେ ପାଟନାରେ ବହୁତ ଠେଲା ଲାଗେ। ପାଟନାରେ ବେଆଇନ ଭାବେ ବହୁତ କାମ ଚାଲେ। ମଦ ବିକ୍ରି ହେଉଛି, କିନ୍ତୁ ସେଠାରେ ସିଷ୍ଟମ ତତ୍‌ପର ହେଉନି। ଯଦି କୌଣସି ଝିଅ ତା’ର ବ୍ୟବସାୟ କରୁଛି ତାଙ୍କୁ ବାରମ୍ବାର ହଇରାଣ କରାଯାଉଛି। ଆମେ ଆମର ସୀମା ଭୁଲି ଯାଇଛୁ, ନୁହେଁ କି? ଆମର ସ୍ଥିତି କେବଳ ଚୁଲି ପର୍ଯ୍ୟନ୍ତ। ବାହାହୋଇ କେବଳ ଘର ସଂସାର କରିବା। ବ୍ୟବସାୟ କରିବା ଆମ ଅଧିକାର ନାହିଁ।”

ଏହି ଭିଡିଓକୁ ଅନେକ ନ୍ୟୁଜ୍ ଏଜେନ୍ସି ଶେୟାର କରିଛନ୍ତି। ଏଥି ସହିତ ପ୍ରିୟଙ୍କାଙ୍କ ସମର୍ଥନରେ ମଧ୍ୟ ଅନେକ ଲୋକ ଆସିଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ “ବିହାରରେ ଝିଅ ହେବା ଏକ ଅପରାଧ। ଝିଅ ହୋଇ ପ୍ରିୟଙ୍କା ଏକ ଭୁଲ୍ କରିଦେଇଛି।”

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ