Advertisment

ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍‌ ! ସାମ୍ନାକୁ ଆସିଲା ନୂଆ ତଥ୍ୟ

ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍‌ ଘଟଣା ଏବେ ସାମ୍ନାକୁ ଆସିଛି। ଚାନ୍ଦିପୁର ମାମଲାରେ ସମ୍ପୃକ୍ତ ରହସ୍ୟମୟୀ ମହିଳା ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ କର୍ମଚାରୀଙ୍କୁ ହନିଟ୍ରାପ୍‌ କରିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
mysterious woman

mysterious woman

Advertisment

ଭୁବନେଶ୍ୱର: ବାଲେଶ୍ୱର ଚାନ୍ଦିପୁର DRDO ତଥ୍ୟ ଲିକ୍‌ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍‌ ଘଟଣା ଏବେ ସାମ୍ନାକୁ ଆସିଛି। ଚାନ୍ଦିପୁର ମାମଲାରେ ସମ୍ପୃକ୍ତ ରହସ୍ୟମୟୀ ମହିଳା ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ କର୍ମଚାରୀଙ୍କୁ ହନିଟ୍ରାପ୍‌ କରିଥିବା ସୂଚନା ମିଳିଛି। 

Advertisment

ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ହନିଟ୍ରାପ୍‌ କରାଯାଇଥିବା ଜଣାପଡ଼ିଛି। ଏନେଇ ରାଜସ୍ଥାନ ପୋଲିସ ଅକ୍ଟୋବର ୧୫ରେ ଏକ ମାମଲା ରୁଜୁ କରିବା ସହ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗ କରିଛି। ହନିଟ୍ରାପ୍‌ ଲିଙ୍କ୍ ନେଇ ସିଆଇଡିକୁ ସୂଚନା ମିଳିବା ପରେ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ରାଜସ୍ଥାନ ସିଆଇଡି ଯୋଗାଯୋଗ କରିଛି। ଓଡ଼ିଶାରୁ ଗିରଫ ଅଭିଯୁକ୍ତଙ୍କ ଟଙ୍କା ନେଣଦେଣ ରିପୋର୍ଟ ମଧ୍ୟ ମିଳିଛି। ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କାର ତଥ୍ୟ ମିଳିଛି।

ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ ଏକ୍ସଚେଞ୍ଜରୁ ଚାନ୍ଦିପୁରର ଜଣେ ଅଭିଯୁକ୍ତର ଆକାଉଣ୍ଟକୁ ୨୪ ହଜାର ଟଙ୍କା ଆସିଥିଲା। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି। ମୋଟ ୩୮ ହଜାର ଟଙ୍କା ଆସିଥିବା ବେଳେ ବାକି ୧୪ ହଜାର ଟଙ୍କାର ତଥ୍ୟ ମିଳିପାରିନାହିଁ।  

Advertisment

ସୂଚନାଥାଉ କି, DRDO ଗୁପ୍ତଚରୀ ମାମଲାରେ ପାକିସ୍ତାନ ଲିଙ୍କ୍ ମିଳିବା ନେଇ କିଛିଦିନ ପୂର୍ବେ ଖବର ସାମ୍ନାକୁ ଆସିଥିଲା। ରହସ୍ୟମୟୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରୁ ପାକିସ୍ତାନ ଲିଙ୍କ୍ ମିଳିଥିଲା। ରହସ୍ୟମୟୀଙ୍କ ୪ଟି ଫେସ୍‌ବୁକ୍‌ ଆକାଉଣ୍ଟ ପାକିସ୍ତାନରୁ ଅପରେଟ୍‌ ହେଉଥିଲା। ପ୍ରକ୍ସି ଆଇପି ଜରିଆରେ ରହସ୍ୟମୟୀ ଲୋକେସନ ଲୁଚାଉଥିଲେ। ପାକିସ୍ତାନରୁ ଅପରେଟ କରୁଥିଲେ ବି ବ୍ରିଟେନ ଆଇପି ଦର୍ଶାଉଥିଲେ।

Advertisment
DRDO Rajasthan Data Breach DRDO Espionage Case Mysterious Woman
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ