Advertisment

ଚକ୍‌ ଖଡ଼ିରେ ଶ୍ରୀମନ୍ଦିର, ତାଜମହଲ କଳାକୃତି; ରେକର୍ଡ ବୁକ୍‌ରେ ସ୍ଥାନ ପାଇଲେ ଗଞ୍ଜାମ ଛାତ୍ର

ଚକ୍‌ ଖଡ଼ିରେ ନିର୍ମାଣ ହୋଇଛି ସୁନ୍ଦର ସୁନ୍ଦର କଳାକୃତି। ଶ୍ରୀମନ୍ଦିରଠାରୁ ଆରମ୍ଭ କରି ତାଜମହଲ  ଆଉ ଚାରମିନାରଠାରୁ ଆରମ୍ଭ କରି ଷ୍ଟେଚ୍ୟୁ ଅଫ ୟୁନିଟ୍ ପର୍ଯ୍ୟନ୍ତ ଚକ୍ ଖଡିରେ ଅତି ସୁନ୍ଦର ଖୋଦେଇ କରି ସୁକ୍ଷ୍ଣ ନିର୍ମାଣ କରିଛନ୍ତି।

Chalk Carving Artist

Chalk Carving Artist

Advertisment

ଚକ୍‌ ଖଡ଼ିରେ ନିର୍ମାଣ ହୋଇଛି ସୁନ୍ଦର ସୁନ୍ଦର କଳାକୃତି। ଚକ ଖଡ଼ିରେ ଛୋଟ ଛୋଟ କଳାକୃତି କରି ଇଣ୍ଡିଆ ବୁକ୍ ଅଫ ରେକର୍ଡ ଓ ଏସିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁର ବି.ଟେକ୍ ଛାତ୍ର ବିଜୟ ରେଡ୍ଡୀ। ଚକ ଖଡ଼ିରେ ୨ରୁ ୩ ସେଣ୍ଟିମିଟର ଉଚ୍ଚତାରେ ଛୋଟିଆ ଛୋଟିଆ କାରୁକାର୍ଯ୍ୟ କରି ସେ ପ୍ରଶଂସା ସାଉଣ୍ଟିଛନ୍ତି। ପୂର୍ବତନ ସିଡିଏସ ସ୍ୱର୍ଗତ ଜେନରୋଲ ବିପିନ ରାୱତଙ୍କ ପ୍ରତିମୂର୍ତ୍ତି ବି ସେ କରିଛନ୍ତି। 

Advertisment

ବିଜୟ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପାରଳା ମହାରାଜା ଇଞ୍ଜିନିୟର କଲେଜରେ ବିଟେକ୍‌ ପଢ଼ୁଛନ୍ତି। ଅଷ୍ଟମ ଶ୍ରେଣୀରୁ ସେ ଏଭଳି ଛୋଟ ଛୋଟ କାରୁକାର୍ଯ୍ୟ କରି ଆସୁଛନ୍ତି। ଶ୍ରୀମନ୍ଦିରଠାରୁ ଆରମ୍ଭ କରି ତାଜମହଲ  ଆଉ ଚାରମିନାରଠାରୁ ଆରମ୍ଭ କରି ଷ୍ଟେଚ୍ୟୁ ଅଫ ୟୁନିଟ୍ ପର୍ଯ୍ୟନ୍ତ ଚକ୍ ଖଡିରେ ଅତି ସୁନ୍ଦର ଖୋଦେଇ କରି ସୁକ୍ଷ୍ଣ ନିର୍ମାଣ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନର ପ୍ରାୟ ୨୦ଟି କୀର୍ତ୍ତିରାଜି ସହ ପୂର୍ବତନ ସିଡିଏସ ସ୍ୱର୍ଗତ ଜେନରୋଲ ବିପିନ ରାୱତଙ୍କ ୩ ସେଣ୍ଟିମିଟର ଉଚ୍ଚତାର ଚକ୍ ଖଡିରେ ପ୍ରତିମୂର୍ତ୍ତି ତିଆରି କରିଛନ୍ତି।

ବିଜୟ କହିଛନ୍ତି, ‘ଅଷ୍ଟମ ଶ୍ରେଣୀରୁ ଏଳଭି କାରୁକାର୍ଯ୍ୟ ଆରମ୍ଭ କରିଥିଲି। ବିଟେକ୍‌ କରିବା ପରେ ଏହି ଚାରୁକାର୍ଯ୍ୟକୁ ତ୍ୱରାନିତ କରିଥିଲି। କଲେଜ ପକ୍ଷରୁ ଏନେଇ ପ୍ରେରଣା ମିଳିଥିଲା। ସେବେଠୁ ଚକ୍‌ ଖଡ଼ି ମାଧ୍ୟମରେ ବିଭିନ୍ନ କାରୁକାର୍ଯ୍ୟ କରି ଆସୁଛି।’ ବିଜୟଙ୍କ ଏହି କଳାକୃତି ଦେଖି ପରିବାର ଲୋକଙ୍କ ସହ ଶିକ୍ଷକ ଓ ସାଙ୍ଗସାଥି ବେଶ୍ ଖୁସି ଅଛନ୍ତି। ବିଜୟଙ୍କ ଏଭଳି କଳାକୃତି ସମସ୍ତଙ୍କୁ ପ୍ରେରଣା ଯୋଗାଉଥିବା ତାଙ୍କ ବନ୍ଧୁମାନେ କହିଛନ୍ତି।    

Advertisment
Chalk Carving Artist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ