କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ମୁହଁ ମୋଡୁଛନ୍ତି ଛାତ୍ରଛାତ୍ରୀ

ନାହିଁ ନାହିଁରେ ଚାଲିଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ସୁନାବେଡାରେ ପ୍ରତିଷ୍ଠା ହୋଇଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ହେଲେ ଅନେକ ସମସ୍ୟା କାରଣରୁ ଏଠାରୁ ଛାତ୍ରଛାତ୍ରୀମାନେ ମୁହଁ ଫେରାଉଛନ୍ତି ।

ନାହିଁ ନାହିଁରେ ଚାଲିଛି କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ !

News Summary

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ମୁହଁ ମୋଡୁଛନ୍ତି ଛାତ୍ରଛାତ୍ରୀ

ବିଶ୍ୱବିଦ୍ୟାଳୟର ୨୦ ବିଭାଗରେ ମାତ୍ର ୧୭ ଜଣ ସ୍ଥାୟୀ ପ୍ରଫେସର

ବିଭିନ୍ନ ସମସ୍ୟା କାରଣରୁ ଏଠାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ

ଛାତ୍ରାବାସ, ଷ୍ଟାଡିୟମ, ଅଡିଟୋରିୟମରେ ମଧ୍ୟ ରହିଛି ସମସ୍ୟା

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ନାହିଁ ନାହିଁରେ ଚାଲିଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ସୁନାବେଡାରେ ପ୍ରତିଷ୍ଠା ହୋଇଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ହେଲେ ଅନେକ ସମସ୍ୟା କାରଣରୁ ଏଠାରୁ ଛାତ୍ରଛାତ୍ରୀମାନେ ମୁହଁ ଫେରାଉଛନ୍ତି । ବିଶ୍ୱବିଦ୍ୟାଳୟରେ ୨୦ ବିଭାଗରେ ମାତ୍ର ୧୭ ଜଣ ସ୍ଥାୟୀ ପ୍ରଫେସର ଅଛନ୍ତି । ସେହିପରି ଛାତ୍ରାବାସ, ଷ୍ଟାଡିୟମ, ଅଡିଟୋରିୟମରେ ମଧ୍ୟ ଅନେକ ସମସ୍ୟା ରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଓ ପ୍ରଫେସରଙ୍କ ଅଭାବ ବର୍ତ୍ତମାନ ସମୟର ମୁଖ୍ୟ ସମସ୍ୟା ପାଲଟିଛି । ମୋଟ ୨୦ଟି ବିଭାଗରେ ୧୪୪ ଟି ସ୍ଥାୟୀ ପ୍ରଫେସରଙ୍କ ପଦବୀ ରହିଥିବାବେଳେ ମାତ୍ର ୧୭ ଜଣ କାର୍ଯ୍ୟରତ ସ୍ଥାୟୀ ପ୍ରଫେସର ରହିଛନ୍ତି । ସେହିପରି ୧୧୯ ଟି ଅସ୍ଥାୟୀ ପ୍ରଫେସର ପଦବୀ ସଂଖ୍ୟା ରହିଥିବା ବେଳେ ମାତ୍ର ୨୪ ଜଣ କାର୍ଯ୍ୟରତ ଅସ୍ଥାୟୀ ପ୍ରଫେସର ରହିଛନ୍ତି ।

ଦୀର୍ଘ ବାରବର୍ଷ ଧରି ଏହି ବିଶ୍ୱବିଦ୍ୟାଳୟଟି ଅନେକ ସମସ୍ୟା ଦେଇ ଗତିକରି ଆସୁଛି । କେବଳ ଏତିକି ନୁହେଁ ବିଶ୍ୱବିଦ୍ୟାଳୟକୁ ଆସୁଥିବା ଭିଜିଟିଂ ପ୍ରଫେସରଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଉଛି । ଯାହାକୁ ନେଇ ବୁଦ୍ଧିଜୀବୀମାନେ ବିଭିନ୍ନ ପ୍ରଶ୍ନ ଉଠାଉଛନ୍ତି । ଏହାସହ ବିଶ୍ୱବିଦ୍ୟାଳୟରେ ଥିବା ସମସ୍ୟାର ସମାଧାନ ଦିଗରେ ଉଚ୍ଚ କର୍ତ୍ତପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଅନ୍ୟପଟେ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ଛାତ୍ରାବାସ, ଷ୍ଟାଡିୟମ, ଅଡିଟୋରିୟମ, କ୍ୟାଣ୍ଟିନ୍ ଭଳି ଅନେକ ସମସ୍ୟା ରହିଛି । ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟରୁ ମୁହଁ ଫେରାଉଛନ୍ତି । ତେବେ ବିଶ୍ୱବିଦ୍ୟାଳୟର କୁଳପତି ଉକ୍ତ ସମସ୍ୟାକୁ ସ୍ୱୀକାର କରିବା ସହ ଏନେଇ ବିଭାଗୀୟ ଅଧିକାରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସେ କହିଛନ୍ତି ।