Advertisment

ଭୁବନେଶ୍ୱର ଛାତି ଉପରେ ଥିବା ୟୁନିଟ୍-ଟୁ ମାର୍କେଟ୍ ବିଲ୍ଡିଂରେ ତାଲା

ରାଜଧାନୀର ହାର୍ଟ ଅଫ୍ ମାର୍କେଟ୍- ୟୁନିଟ-୨ମାର୍କେଟ୍ ବିଲ୍ଡିଂ। ଯେଉଁଠି ପୁଣି ଥରେ ସାମ୍ନାସାମ୍ନି ହୋଇଛନ୍ତି ବ୍ୟବସାୟୀ ଓ ଉଠାଦୋକାନୀ। ଦୋକାନ ବନ୍ଦ କରି ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣାକୁ ଓହ୍ଲାଇଛି ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏସଏନ୍।

ଅଦ୍ୟତନ ହୋଇଛି
Central Market Building Association protest

Central Market Building Association protest

Advertisment

ଭୁବନେଶ୍ୱର ଛାତି ଉପରେ ଥିବା ୟୁନିଟ୍-ଟୁ ମାର୍କେଟ୍ ବିଲ୍ଡିଂରେ ତାଲା। ଯେଉଁଠି ନିତି ଲକ୍ଷ ଲକ୍ଷ ଟଙ୍କାର କାରବାର ହୁଏ, ଆଜି ସେଠି ଖାଁ ଖାଁ ପରିବେଶ। କାହିଁକି ନା ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଏଠାରେ ବ୍ୟବସାୟ କରୁଥିବା ସ୍ଥାୟୀ ଦୋକାନୀ ଓ ଉଠା ଦୋକାନୀ। ମାର୍କେଟ ବିଲ୍ଡିଂରୁ ଉଠାଦୋକାନୀଙ୍କୁ ଖାଲି କରିବାକୁ ବ୍ୟବସାୟୀ ସଂଘ ଅଡ଼ି ବସିଥିବା ବେଳେ, କୋର୍ଟଙ୍କ ଷ୍ଟେ ଥିବା କହି ଜାଗା ନଛାଡିବାକୁ ଜିଦ୍ ଧରିଛନ୍ତି ୨୦୦ରୁ ଅଧିକ ଅସ୍ଥାୟୀ ବ୍ୟବସାୟୀ। 

Advertisment

ଦୋକାନରେ ତାଲା, ଶୂନଶାନ ବଜାର। ଯେଉଁଠି ପ୍ରତିଦିନ ସକାଳ ହେଲେ ଗହଳି ଚହଳି ଲାଗେ, ଆଜି ବିଲକୁଲ୍ ଫାଙ୍କା। ରାଜଧାନୀର ହାର୍ଟ ଅଫ୍ ମାର୍କେଟ୍- ୟୁନିଟ-୨ମାର୍କେଟ୍ ବିଲ୍ଡିଂ। ଯେଉଁଠି ପୁଣି ଥରେ ସାମ୍ନାସାମ୍ନି ହୋଇଛନ୍ତି ବ୍ୟବସାୟୀ ଓ ଉଠାଦୋକାନୀ। ଦୋକାନ ବନ୍ଦ କରି ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣାକୁ ଓହ୍ଲାଇଛି ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ଆସୋସିଏସଏନ୍। ଦାବି କିନ୍ତୁ ପୁରୁଣା। ମାର୍କେଟ ବିଲ୍ଡିଂରେ ବେଆଇନ ଭାବେ ବସୁଥିବା ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଉ।

ଦୁଇ ଶହରୁ ଅଧିକ ଉଠାଦୋକାନୀ ମାର୍କେଟ ବିଲ୍ଡିଂ ପରିସରରେ ବ୍ୟବସାୟ କରୁଛନ୍ତି। କିନ୍ତୁ ସଂଘ ଅଭିଯୋଗ କରିଛି, ଉଠା ଦୋକାନୀମାନେ ଗ୍ରାହକଙ୍କୁ ଦୁର୍ବ୍ୟବହାର କରୁଛନ୍ତି, ମାର୍କେଟ ବିଲ୍ଡିଂ ସୌନ୍ଦର୍ଯ୍ୟ ନଷ୍ଟ କରୁଛନ୍ତି। ଖାଲି ସେତିକି ନୁହେଁ କୌଣସି ପ୍ରକାର ଟ୍ୟାକ୍ସ ନଦେଇ ମାର୍କେଟ୍ ବିଲ୍ଡିଂ ପରିସର ରାସ୍ତାକୁ ଅକ୍ତିଆର କରିଛନ୍ତି। ସେମାନଙ୍କୁ ନଉଠାଇବା ଯାଏଁ ଧାରଣା ଜାରି ରହିବ ବୋଲି କହିଛି ବ୍ୟବସାୟୀ ସଂଘ।

Advertisment

ଗୋଟେ ପଟେ ବ୍ୟବସାୟୀଙ୍କ ଦାବି ଅନ୍ୟପଟେ ଉଠା ଦୋକାନୀଙ୍କ ‘ଷ୍ଟେ ଅର୍ଡର’ ଯୁକ୍ତି। ସେମାନଙ୍କ କହିବା କଥା, ବର୍ଷ ବର୍ଷ ଧରି ଏମିତି ଭାବେ ବ୍ୟବସାୟ କରୁଛୁ, ପୁଣି ବିନା ଥଇଥାନରେ ମାର୍କେଟ ବିଲ୍ଡିଂ ନଛାଡ଼ିବାକୁ ହାଇକୋର୍ଟ ବି ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏଠାରୁ ଉଠିବେନି ବୋଲି ଖୋଲାଖୋଲି କହିଛନ୍ତି ଉଠାଦୋକାନୀ। ଏହାପୂର୍ବରୁ ମଧ୍ୟ ବହୁବାର ଧାରଣା, ପ୍ରତିବାଦ ଏବଂ ମାର୍କେଟ ବନ୍ଦ କରିଛନ୍ତି ସ୍ଥାୟୀ ଦୋକାନୀ। BMCଠୁ ଆରମ୍ଭ କରି ମାମଲାହାଇକୋର୍ଟ ଯାଏଁ ଗଲାଣି। ତଥାପି ବିବାଦର ସମାଧାନ ହେବା ପରିବର୍ତ୍ତେ ଅଧିକ ଜଟିଳ ହେଉଛିା

ସେପଟେ ବିଏମସି କମିଶନର କହିଛନ୍ତି, କିଛି ଆଇନଗତ ଜଟିଳତା ରହିଛି। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଉଛି। ଭୁବନେଶ୍ବରର ପ୍ରମୁଖ ବଜାର ମଧ୍ୟରୁ ମାର୍କେଟ ବିଲ୍ଡିଂ ଅନ୍ୟତମ। ଏଠି ୧୬୫ଟି ସ୍ଥାୟୀ ଦୋକାନୀ ଥିବା ବେଳେ ୨ ଶହରୁ ଅଧିକ ଉଠାଦୋକାନୀ ବ୍ୟବସାୟ କରି ପେଟ ପୋଷନ୍ତି।

Advertisment
Market Building
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ