5 T ସ୍କୁଲ ଛାତରୁ ପ୍ଲାଷ୍ଟର ପଡ଼ି ବିଦ୍ୟାର୍ଥୀ ସମେତ ଅଭିଭାବକ ଆହତ

ସ୍କୁଲ ଛାତର ପ୍ଲାଷ୍ଟର ପଡ଼ି ୪ ବିଦ୍ୟାର୍ଥୀ ଓ ଜଣେ ଅଭିଭାବକ ଆହତ। ବିଦ୍ୟାର୍ଥୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବେଳେ ଅଭିଭାବକଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି।

Ceilling Fall

ସ୍କୁଲ ଛାତର ପ୍ଲାଷ୍ଟର ପଡ଼ି ୪ ବିଦ୍ୟାର୍ଥୀ ଓ ଜଣେ ଅଭିଭାବକ ଆହତ । ବିଦ୍ୟାର୍ଥୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବେଳେ ଅଭିଭାବକଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି । ଏହି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁରବ୍ଲକ ସୁଗୋ ପଞ୍ଚାୟତର ସୁଗୋ ସରକାରୀ ଉଚ୍ଚ ବିଦ୍ୟାଳୟରେ । ଦୁର୍ଭାଗ୍ୟର କଥା ହେଲା, ଫାଇଭ୍ ଟି ରୂପାନ୍ତରିତ ବିଦ୍ୟାଳୟର ସ୍ମାର୍ଟକ୍ଲାସରେ ବିଦ୍ୟାଳୟ ସୁରକ୍ଷା କମିଟି ଗଠନ ବୈଠକ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । 

କିଛି ଦିନ ତଳେ ହିଁ ଏହି ସ୍କୁଲ ଫାଇଭ୍ ଟି ରେ ରୂପାନ୍ତରିତ ହୋଇଥିଲା । ବୈଠକ ଚାଲିଥିବା ବେଳେ ସଦ୍ୟ ମରାମତି ହୋଇଥିବା କୋଠା ଛାତର ପ୍ଲାଷ୍ଟର ଅଚାନକ ଖସି ପଡ଼ିଥିଲା । ଅଭିଭାବକ ଦୈତାରୀ ସାହୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ବାମ ହାତର ଏକ ଆଙ୍ଗୁଠି ଭାଙ୍ଗି ଯାଇଛି । ଫାଇଭ୍ ଟିରେ ରୂପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟର କାମ କେଉଁ ମାନର ବୋଲି ଏବେ ପ୍ରଶ୍ନ ଉଠିଛି ।