Advertisment

ଫ୍ୟାମିଲି ଡିନର୍‌ ଚାଲି ଥିବାବେଳେ ଖସି ପଡ଼ିଲା ଫ୍ୟାନ୍‌, ତା’ପରେ....

ଏକାଠି ବସି ପରିବାର ସଦସ୍ୟମାନେ ଡିନର୍‌ କରୁଥିବା ବେଳେ ହଠାତ୍‌ ଖସି ପଡ଼ିଲା ସିଲିଂ ଫ୍ୟାନ୍‌। ଫ୍ୟାନ୍‌ଟି ଜଣେ ଶିଶୁ ଉପରେ ଖସି ପଡ଼ିଥିବା ଜଣାପଡ଼ିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଅଦ୍ୟତନ ହୋଇଛି
Fan Falls Down

Fan Falls Down

Advertisment

ଭିଏତନାମା: ଏକାଠି ବସି ପରିବାର ସଦସ୍ୟମାନେ ଡିନର୍‌ କରୁଥିବା ବେଳେ ହଠାତ୍‌ ଖସି ପଡ଼ିଲା ସିଲିଂ ଫ୍ୟାନ୍‌। ଫ୍ୟାନ୍‌ଟି ଜଣେ ଶିଶୁ ଉପରେ ଖସି ପଡ଼ିଥିବା ଜଣାପଡ଼ିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ପରିବାରର ୬ ଜଣ ସଦସ୍ୟ ଘରର ଚଟାଣରେ ବସି ଡିନର କରୁଛନ୍ତି। ଏହି ସମୟରେ ହଠାତ୍‌ ସିଲିଂ ଫ୍ୟାନ୍‌ ଖସି ପଡ଼ି ଶିଶୁଟି ଉପରେ ପଡ଼ି ଯାଇଥିଲା। ଏହାଦେଖି ଶିଶୁଟିର ମା’ ଦୌଡ଼ି ଆସି ଶିଶୁଟିକୁ କୁଣ୍ଢାଇ ପକାଇଥିଲେ। ହଠାତ୍‌ ଫ୍ୟାନ୍‌ ଖସି ପଡ଼ିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। 

Advertisment

ଜୁଲାଇ ୮ରେ ୟୁଟ୍ୟୁବ୍‌ରେ ViralHog ଏହି ଭିଡିଓଟିକୁ ଅପଲୋଡ୍‌ କରିଥିବା ଜଣାପଡ଼ିଛି। ଭିଡିଓର କ୍ୟାପସନରେ ଲେଖାଯାଇଛି, ‘ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଡିନର୍‌ କରୁଥିବା ବେଳେ, ସିଲିଂ ଫ୍ୟାନ୍‌ ଖସି ପଡ଼ିଥିଲା। ସୌଭାଗ୍ୟବଶତଃ, କେହିବି ଏଥିରେ ଆହତ ହୋଇ ନାହାନ୍ତି।’  ଭିଏତନାମାର Bac Ninhରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। 

ଭିଡିଓକୁ ଦେଖିବା ପରେ ୟୁଜର୍ସମାନେ ଅନେକ ପ୍ରତିକ୍ରିୟା ରଖିଛନ୍ତି। ଭଗବାନଙ୍କ କୃପାରୁ ପରିବାରର ସଦସ୍ୟମାନେ ଏକ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିବା କିଛି ୟୁଜର୍ସ କହିଥିବା ବେଳେ ଏହା ଏକ ଭୟାନକ ଅଘଟଣ ଥିଲା ବୋଲି ଆଉ କିଛି ୟୁଜର୍ସ କହିଛନ୍ତି। ଫ୍ୟାନ୍‌ଟି ବହୁତ ପୁରୁଣା ହୋଇଥିବା ଯୋଗୁ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। 

Advertisment
Family Dinner Accident Fan Falls Down
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ