ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି: ଷ୍ଟେସନ ମାଷ୍ଟରଙ୍କୁ CBI ସମନ !

ବାହାନଗା ଟ୍ରାଜେଡିର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ ।

CBI Cummons

ବାହାନଗା ଟ୍ରାଜେଡିର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ ହୋଇଥିବା ନେଇ ସୂଚନା ମିଳିଛି । ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ପାଇଁ ସମନ ହୋଇଛି ।ପୂର୍ବରୁ ମାମଲାରେ ୩ ରେଳ କର୍ମଚାରୀ ଗିରଫ ହୋଇଛନ୍ତି ।

ବାହାନଗା ଟ୍ରେନ୍ ଟ୍ରାଜେଡି ପଛର ସତ କ’ଣ ? ରେଳ କର୍ମଚାରୀଙ୍କ ବ୍ୟକ୍ତିଗତ ଅବହେଳା ନା ସୁପରିକଳ୍ପିତ ଷଡ଼ଯନ୍ତ୍ର ? ନା ରହିଛି ବାହ୍ୟଶକ୍ତିର ସମ୍ପୃକ୍ତି ? କାହିଁକି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ଗିରଫ ୩ ଅଭିଯୁକ୍ତ ? ମାସାଧିକକାଳ ତଦନ୍ତ ପରେ ଗତକାଲି ୩ ରେଳ କର୍ମଚାରୀ- ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ ଆରମ୍ଭ କରିଛି ସିବିଆଇ।

ଭୁବନେଶ୍ୱର ଚନ୍ଦକା ଥାନାରେ ଆଜି ୩ ଅଭିଯୁକ୍ତଙ୍କୁ ମାରାଥନ ଜେରା କରି ସତ ଓଗାଳିବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଏସପି ଓ ଡିଆଇଜି ରାଙ୍କ ଅଧିକାରୀ।