6 elderly patients lose their vision due to wrong operation
ଆଖିକୁ ଭଲ ଦିଶୁ ନଥିଲା। କାରଣ ବୟସାଧିକ ଯୋଗୁ ଆଖିରେ ମୋତିଆ ବିନ୍ଦୁର ପରଳ ହୋଇଯାଇଥିଲା। ତେଣୁ ମୋତିଆବିନ୍ଦୁର ସଫଳ ଅପରେସନ କରାଇ ପୁଣିଥରେ ଭଲ ଭାବରେ ସବୁକିଛି ଦିଶିବ ବୋଲି ଆଶା କରିଥିଲେ। ହେଲେ ଭଲ କ’ଣ ହେବେ ଓଲଟା ଦୃଷ୍ଟିଶକ୍ତି ହରାଇଲେ। ଭୁଲ୍ ଅପରେସନ ଯୋଗୁ ଏଭଳି ହୋଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲାରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ଭଦ୍ରକ ସହର ଡାହାଣୀ ଗଡ଼ିଆ ନିକଟରେ ଥିବା ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ଗତ ୨୮ରୁ ୩୦ତାରିଖ ମଧ୍ୟରେ ୬ ଜଣ ବୟସ୍କ ରୋଗୀଙ୍କ ଆଖି ଅପରେସନ କରାଯାଇଥିଲା। ମୋତିଆବିନ୍ଦୁର ସଫଳ ଅପରେସନ ପାଇଁ ରୋଗୀଙ୍କୁ ଉକ୍ତ ଚକ୍ଷୁ ଚିକିତ୍ସାଳୟକୁ ଅଣାଯାଇ ଅପରେସନ କରାଯାଇଥିଲା। ତେବେ ଅପରେସନ୍ ପରେ ସମସ୍ତ ୬ ଜଣଯାକ ଦୃଷ୍ଟିଶକ୍ତି ହରାଇଥିବା ଅଭିଯୋଗ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697102666.jpg)