Advertisment

କେମିତି ଓଭରବ୍ରିଜ୍‌ ଉପରୁ ଖସିଲା କାର୍‌ ? କାରଣ ଖୋଜୁଛି ପୋଲିସ୍‌

ଓଭର ବ୍ରିଜ୍‌ ଉପରୁ ତଳକୁ ଖସିଲା କାର୍‌। ଭୁବନେଶ୍ୱର ପୁନାମାଗେଟ୍ ରେଳ ଓଭର ବ୍ରିଜ୍ ଉପରୁ ଏକ କାର୍‌ ଖସି ପଡ଼ିଥିଲା। କେଉଁ ପରିସ୍ଥିତିରେ କାର୍‌ ବ୍ରିଜ୍‌ ଉପରୁ ତଳକୁ ଖସିଲା ? ତାହା ଜଣାପଡ଼ି ନାହିଁ।

Car Falls Off Railway Over Bridge

Car Falls Off Railway Over Bridge

Advertisment

ଓଭର ବ୍ରିଜ୍‌ ଉପରୁ ତଳକୁ ଖସିଲା କାର୍‌। ଆଜି ଭୋର ସମୟରେ ଭୁବନେଶ୍ୱର ପୁନାମାଗେଟ୍ ରେଳ ଓଭର ବ୍ରିଜ୍ ଉପରୁ ଏକ କାର୍‌ ଖସି ପଡ଼ିଥିଲା। କାର୍‌ଟି ଭାରସାମ୍ୟ ହରାଇ ବ୍ରିଜ୍ ବାଡ଼ରେ ମାଡ଼ ହେବା ପରେ ତଳକୁ ଖସି ପଡ଼ିଥିବା କୁହାଯାଉଛି। ହେଲେ ପ୍ରକୃତ କାରଣ ଜଣାପଡ଼ି ନାହିଁ। ଗୁରୁତର ଅବସ୍ଥାରେ କାର୍‌ ଚାଳକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

Advertisment

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ଦୁର୍ଘଟଣା ପରେ ୩ ଜଣଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲା। ତେଣୁ ଗାଡ଼ିରେ ୩ ଜଣ ଥିଲେ ବୋଲି ଅନୁମାନ କରାଯାଉଛି। ଗାଡ଼ିଟି ବ୍ରିଜ୍‌ ବାଡ଼ାରେ ପିଟି ହୋଇ ତଳକୁ ଖସି ପଡ଼ିଥିଲା। ଏଥିରେ ବ୍ରିଜ୍‌ର ବାଡ଼ା ଭାଙ୍ଗି ଯାଇଛି।

ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ କାର୍‌ ବ୍ରିଜ୍‌ ଉପରୁ ତଳକୁ ଖସିଲା ? ତାହା ଜଣାପଡ଼ି ନାହିଁ। ଡ୍ରାଇଭର ମଦ ପିଇଥିଲେ ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ତାହା ଜଣାପଡ଼ି ନାହିଁ। ଖବର ଲେଖାଯିବା ସୁଦ୍ଧା ପୋଲିସ୍‌ ମଧ୍ୟ ଘଟଣାର ପ୍ରକୃତ କାରଣ ଖୋଜି ପାରିନାହିଁ।

Advertisment

ଅନ୍ୟପକ୍ଷେ, ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବିଦୁ ଛକରେ ଆଜି ଅପରାହ୍ଣରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କୋଇଲା ବୋଝେଇ ଟ୍ରକ୍‌ ପଛପଟୁ ବସ୍‌କୁ ଧକ୍କା ଦେବାରୁ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି।

Car Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ