Advertisment

ବଦଳିଗଲା ଭାଗ୍ୟ; ରାତାରାତି ଜିତିଗଲେ ୨୧ କୋଟିର ଲଟେରୀ

ନେପାଳରୁ ଆସି ଭାରତରେ ରହି ପେଟ ପୋଷୁଥିଲେ ଭରତ। ଦୁବାଇରେ ରହି କରୁଥିଲେ କାର୍ ସଫା। ହଠାତ ଲାଗିଗଲା ଲଟେରୀ ଆଉ ସେ ହୋଇଗଲେ କୋଟିପତି।

ଅଦ୍ୟତନ ହୋଇଛି
Car cleaner got a lottery of 21 crores

Car cleaner got a lottery of 21 crores

Advertisment

କାହାର ଭାଗ୍ୟ କେବେ ବଦଳିବ ତାହା କେହି କରିପାରିବେ ନାହିଁ। ଏମିତି ଏକ ଘଟଣା ଜଣେ ଯୁବକଙ୍କ ସହିତ ହୋଇଛି। ଭଗବାନ ଯେତେବେଳେ ଯାହାକୁ ଦିଅନ୍ତି, ଛପର ଫାଡିକି ଦିଅନ୍ତି ନ୍ୟାୟରେ ତାଙ୍କ ହାତରେ ଲାଗିଯାଇଛି କୋଟି କୋଟି ଟଙ୍କାର ଲରେରୀ। ସେ ୨୧ କୋଟି ଟଙ୍କା ଲଟେରୀ ଜିତି ହୋଇଯାଇଛନ୍ତି କୋଟିପତି। ଏହାପୂର୍ବରୁ ସେ କଠିନ ପରିଶ୍ରମ କରି ପେଟ ପୋଷୁଥିଲେ। ତେବେ ଏହି ଭାଗ୍ୟବାନ ଯୁବକ କିଏ ଓ କେଉଁଠି ରୁହନ୍ତି ଆସନ୍ତୁ ଜାଣିବା।

Advertisment

ଦୁବାଇରେ ରହି କାର୍ କ୍ଲିନର୍ ଭାବରେ କାମ କରୁଥିଲେ ନେପାଳର ଯୁବକ ଭରତ। ୨୧ କୋଟି ଲଟେରୀ ମିଳିବା ମାତ୍ରେ ତାଙ୍କ ଭାଗ୍ୟ ଉଜ୍ଜ୍ୱଳ ହୋଇଯାଇଛି। ଭରତ ସାଙ୍ଗମାନଙ୍କ ସହିତ ମିଶି ‘ମେହଜୁଜ୍ ଡ୍ର’ ଲଟେରୀ କିଣିଥିଲେ। ବିଜେତା ହେବା ପରେ ଏବେ ସେ ନିଜ ଦେଶ ନେପାଳକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି।

ଭରତ ତାଙ୍କ ଗାଁ, ଦେଶ ଏବଂ ଘର ଛାଡି ଦୁବାଇକୁ ଜୀବିକା ନିର୍ବାହ ପାଇଁ ଆସିଥିଲେ। ଏଠାରେ ସେ ଅନ୍ୟମାନଙ୍କ କାର୍‌ ସଫା କରି ନିଜ ଭାଗ୍ୟକୁ ଉଜ୍ଜ୍ୱଳ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେ ଜାଣି ନଥିଲେ ଯେ ତାଙ୍କ ଭାଗ୍ୟ ରାତାରାତି ବଦଳିଯିବ ଏବଂ ସେ ଏକ କାର୍ କ୍ଲିନର୍‌ରୁ କୋଟିପତି ହୋଇଯିବେ।

Advertisment

ଏତେ ବଡ ଲଟେରୀ ଜିତିବାରେ ଭରତ ହେଉଛନ୍ତି ଦେଶର ପ୍ରଥମ ନାଗରିକ। ତେବେ ଲଟେରୀ ଜିତିବା ପରେ ସେ ସେପ୍ଟେମ୍ବର ୨୭ରେ ଘରକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି।

ଭରତଙ୍କ ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ। ଦୁବାଇରେ ରହି ସେ ଗତ ୩ ବର୍ଷ ଧରି କାର୍ ଧୋଇବା ଭଳି କାମ କରୁଥିଲେ। ତାଙ୍କ ବାପା ମଧ୍ୟ ଏଠାରେ ଏକ ରିକ୍ସା ଚଳାନ୍ତି। ଭାଇ ବହୁତ ଅସୁସ୍ଥ ଅଛନ୍ତି। ସେ ବ୍ରେନ୍ ଟ୍ୟୁମର୍‌ ପରି ମାରାତ୍ମକ ରୋଗରେ ପିଡୀତ। ତାଙ୍କର ଚିକିତ୍ସା ଦିଲ୍ଲୀରେ ଚାଲିଛି। ତେଣୁ ଭରତ ଜିତିଥିବା ଲଟେରୀ ଟଙ୍କାରେ ନିଜ ପରିବାରର ଦାୟିତ୍ୱ ପୂରଣ କରିବାକୁ ଚାହୁଁଛନ୍ତି।

Advertisment

ପ୍ରକାଶଥାଉ ଯେ ଏହାପୂର୍ବରୁ କେରଳର ଅଟୋରିକ୍ସା ଡ୍ରାଇଭର ଅନୁପ ୨୫କୋଟି ଟଙ୍କାର ଲଟେରୀ ଜିତିଥିଲେ। ୩ ଲକ୍ଷ ଟଙ୍କାର ଲୋନ୍‌ ଆପ୍ଲିକେସନ୍‌ ଅନୁମୋଦିତ ହେବାର ଦିନକ ପରେ ସେ ଏହି ଲଟେରୀ ଜିତିଥିଲେ। ଟ୍ୟାକ୍ସ କଟିବା ପରେ ତାଙ୍କୁ ୧୫ କୋଟି ମିଳିଯିବ।

Khabre Jara Hatke Ajab Gajab Lottery Lottery System Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ