Advertisment

ପିକ୍‌ନିକ୍‌ ପାଇଁ ଯାଉଥିଲେ, ଘାଟିରୁ ୭୦ ଫୁଟ୍‌ ତଳକୁ ଖସିଲା କାର୍‌

ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା କାର୍‌। କରଡା ଘାଟିରେ ଆଜି ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
car carrying picnickers falls off

car carrying picnickers falls off

Advertisment

ବାଲିଗୁଡ଼ା(ଅଜିତ ନାୟକ): ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା କାର୍‌। କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ଘାଟିରେ ଆଜି ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।

Advertisment

ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ଲାଗି ରାଇକିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ-ସକିଲ୍‌ ପରିଛା, ଲିଅ ଦାସ ପରିଛା ଓ ପବନ ଦିଗାଲ। 

ସୂଚନା ଅନୁସାରେ, ରାଇକିଆ ଥାନା ଅନ୍ତର୍ଗତ ଭାଲିଆପଡ଼ା ଗାଁର ୯ ଜଣ ଯୁବକ ସୋରଡ଼ା ଦାନ୍ତଲିଙ୍ଗକୁ ପିକ୍‌ନିକ୍‌ ପାଇଁ ବାହାରି ଥିଲେ। ଏହି ସମୟରେ କରଡା ଘାଟିରେ ଭାରସାମ୍ୟ ହରାଇ କାର୍‌ଟି ଘାଟିରୁ ୭୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଏଥିରେ ସକିଲ୍‌, ଲିଅ ପରିଛା ଓ ପବନଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment
Car Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ