Advertisment

ହାଇକୋର୍ଟରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲା: ଶୁଣାଣି ଶେଷ, କାଲି ଆସିବ ରାୟ

ହାଇକୋର୍ଟରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବିବାଦ ନେଇ କଟକ ବାଲୁବଜାର ପୂଜା କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ଅଦ୍ୟତନ ହୋଇଛି
undefined

Orissa High Court

Advertisment

କଟକ: ହାଇକୋର୍ଟରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବିବାଦ ନେଇ କଟକ ବାଲୁବଜାର ପୂଜା କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାଏର କରାଯାଇ ୫ଶହ ବର୍ଷର ପୁରୁଣା ପରମ୍ପରା ବଜାୟ ରଖିବାକୁ ଆବେଦନ ହୋଇଥିଲା। ଏପରିକି ମାମଲାରେ ମୁଖ୍ୟ ଶାସନ ସଚିବଙ୍କ ସମେତ SRCଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା। କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ୪ ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। ତେବେ ଏହି ନିଷ୍ପତ୍ତିକୁ କଟକରେ ବିଭିନ୍ନ ପୂଜା କମିଟି ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ବିରୋଧ କରାଯାଇଥିଲା।

Advertisment

ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ‘ମୂର୍ତ୍ତିର ଉଚ୍ଚତା ସ୍ୱାଭାବିକ ଓ ପରଦା ନ ଢାଙ୍କି ପୂଜା ପାଇଁ ଅନୁମତି ପ୍ରଦାନ କରାଯାଉ। ଅନ୍ୟସବୁ ଗାଇଡ୍‌ଲାଇନ୍‌କୁ ଆମେ ପାଳନ କରିବୁ। ଏନେଇ ଲିଖିତ ଭାବେ ପ୍ରଭାତ ତ୍ରିପାଠୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚାଯାଇଛି। ଏବେ ଆମେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା।’ ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିବେ କି ପ୍ରଶ୍ନରେ ପ୍ରତିକ୍ରିୟା ରଖି ଭର୍ତ୍ତୃହରି କହିଛନ୍ତି, ଆଲୋଚନା ତାଙ୍କ ଉପରେ ନିର୍ଭର କରେ। ବ୍ୟକ୍ତିଗତ ଆଲୋଚନା ଖବର ନୁହେଁ। 

Advertisment

ମୂର୍ତ୍ତି ଛୋଟ ଅର୍ଥ ଏହା ଏକ ବିଘ୍ନ। ଶାନ୍ତି କମିଟି ବୈଠକରେ ଏହି ମତ ରଖିଥିଲେ ସାଂସଦ ଭର୍ତ୍ତୃହରି ମହତାବ। ତେବେ ମୂର୍ତ୍ତିକୁ ୪ ଫୁଟରେ ସୀମିତ ରହିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ହାସ୍ୟାସ୍ପଦ ବୋଲି କହି ଆଉ ଦୁଇ ଫୁଟ ଅଢ଼େଇ ଫୁଟରେ କଣ କରୋନା ଡରି ପଳାଉଛି ବୋଲି ତାଛଲ୍ୟ କରିବାକୁ ମଧ୍ୟ ପଛାଇ ନଥିଲେ ଭର୍ତ୍ତୃହରି।

Cuttack Orissa High Court Cap On Idol Height
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ