Advertisment

ବିଧାନସଭାରେ ଉଠିଲା ମାନସ ସ୍ୱାଇଁ ହତ୍ୟା ମାମଲା

ବିଧାନସଭାରେ ମାନସ ସ୍ୱାଇଁ ହତ୍ୟା ମାମଲା ପ୍ରସଙ୍ଗ ଉଠିଛି। ଆଜି ଏହି ପ୍ରସଙ୍ଗ ଉଠାଇ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

ଅଦ୍ୟତନ ହୋଇଛି
Cameraman Manas Swain Murder Case

Cameraman Manas Swain Murder Case

Advertisment

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ ଶେଷରେ ଗିରଫ ହୋଇଛନ୍ତି।ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ ମଧ୍ୟ ଗିରଫ ହୋଇଛନ୍ତି। । ଉଭୟ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଗିରଫ ହୋଇଛନ୍ତି। 

Advertisment

ଅନ୍ୟପକ୍ଷେ, ବିଧାନସଭାରେ ମାନସ ସ୍ୱାଇଁ ହତ୍ୟା ମାମଲା ପ୍ରସଙ୍ଗ ଉଠିଛି। ଆଜି ଏହି ପ୍ରସଙ୍ଗ ଉଠାଇ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ମାନସଙ୍କ ମା’ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଉଠାଇଛନ୍ତି। ତଥାପି କାର୍ଯ୍ୟାନୁଷ୍ଠାନ କାହିଁକି ଶୂନ ବୋଲି ପ୍ରଶ୍ନ କରିଛନ୍ତି ସାଲୁଜା।

ପୋଲିସ୍ ମାମଲାର ତଦନ୍ତ କରୁଥିଲା। ହେଲେ କ୍ରାଇମବ୍ରାଞ୍ଚକୁ କାହିଁକି ତଦନ୍ତ ଦିଆଗଲା ? ଏହାଦ୍ୱାରା ମାମଲା ଉପରୁ ପରଦା ହଟିପାରିବ ନାହିଁ ବୋଲି ସାଲୁଜା କହିଛନ୍ତି। ପୂର୍ବରୁ ମମିତା ମାମଲାରେ ବି ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ତେଣୁ ସିବିଆଇ ମାମଲା କରୁ ବୋଲି ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି।  

Advertisment
Cameraman Manas Swain Murder Case Odisha Assembly Camera Man Manas Swain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ