Advertisment

ଓଡ଼ିଶା ଫେରିବେ ମନୋଜ ଆହୁଜା, କ୍ୟାବିନେଟ୍ ଦେଲା ମଞ୍ଜୁରୀ

ଶ୍ରୀ ଆହୁଜା ଏବେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

ଅଦ୍ୟତନ ହୋଇଛି
Manoj Ahuja

Manoj Ahuja

Advertisment

ଓଡ଼ିଶା ଫେରିବେ ବରିଷ୍ଠ ଆଇଏଏସ୍ ମନୋଜ ଆହୁଜା । ୧୯୯୦ ବ୍ୟାଚ୍ ର ଆଇଏଏସ୍ ମନୋଜ ଆହୁଜା ଏବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ଅଛନ୍ତି। ମନୋଜଙ୍କୁ ଓଡ଼ିଶା ଫେରାଇବା ନେଇ କ୍ୟାବିନେଟ କମିଟିର ମଂଜୁରୀ ମିଳିସାରିଛି। ରାଜ୍ୟ ସରକାରଙ୍କ ଆବେଦନ ଆଧାରରେ ମଂଜୁରୀ ଦେଇଛି କ୍ୟାବିନେଟ୍।

Advertisment

୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜା ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ହୋଇପାରନ୍ତି । ଆଜି କେନ୍ଦ୍ର ସରକାର ତାଙ୍କୁ ନିଜ ଗୃହ କ୍ୟାଡର ଓଡ଼ିଶାକୁ ଫେରାଇ ଦେବାପରେ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟର ପ୍ରଥମ ବିଜେପି ସରକାର ଶ୍ରୀ ଆହୁଜାଙ୍କୁ ଓଡ଼ିଶା ଫେରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ଶ୍ରୀ ଆହୁଜାଙ୍କ ଫେରିବା ପରେ ରାଜ୍ୟରେ ବଡ଼ଧରଣର ପ୍ରଶାସନିକ ଅଦଳବଦଳ ହେବ ବୋଲି ଜଣାପଡ଼ିଛି ।

ବର୍ତ୍ତମାନର ମୁଖ୍ୟ ସଚିବ ୧୯୮୯ ବ୍ୟାଚ ଆଇଏଏସ୍ ପ୍ରଦୀପ କୁମାର ଜେନାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଚଳିତମାସ ୩୦ତାରିଖରେ ଶେଷ ହେଉଛି । ତାଙ୍କର କାର୍ଯ୍ୟକାଳ ବୃଦ୍ଧି ନକରି ତାଙ୍କୁ ତୃତୀୟ ମହଲା (ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ)ରେ ଅବସ୍ଥାପିତ କରାଯିବାର ସମ୍ଭାବନା ରହିଛି । ତେବେ ଏନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଣେ ବରିଷ୍ଠ ଓ ଅଭିଜ୍ଞ ଓଡ଼ିଆ ଅଫିସରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶ୍ରୀ ଜେନାଙ୍କୁ ସେଠାରେ ନିଯୁକ୍ତି ଦିଆଯାଇପାରେ ବୋଲି ଜଣାପଡ଼ିଛି ।

Advertisment

Image

ଏପଟେ ରାଜ୍ୟର ବିଜେପି ସରକାର ପ୍ରଶାସନିକ ସ୍ତରରେ ବଡ଼ଧରଣର ଅଦଳବଦଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଶେଷକରି ଉନ୍ନୟନ କମିଶନରଙ୍କଠୁ ଆରମ୍ଭ କରି ସମସ୍ତ ବିଭାଗର ସଚିବଙ୍କୁ ମଧ୍ୟ ନୂଆ ଦାୟିତ୍ୱ ମିଳିପାରେ ।

ରାଜ୍ୟର ଅଧିକାଂଶ ବିଭାଗର ସଚିବ ଓ ପ୍ରମୁଖ ସଚିବ ପଦବୀରେ ଅଣଓଡ଼ିଆ ଅଫିସର ରହିଥିବାରୁ ରାଜ୍ୟ ସରକାର ଓଡ଼ିଆ-ଅଣଓଡ଼ିଆ ଭଳି ପ୍ରଭେଦ ସୃଷ୍ଟି କରି ପ୍ରଶାସନିକ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚାହୁଁନଥିବା ଜଣାପଡ଼ିଛି । ସେଥିପାଇଁ ସରକାର ମୁଖ୍ୟ ସଚିବ ପାହ୍ୟାରେ ଶ୍ରୀ ଆହୁଜାଙ୍କୁ ଅବସ୍ଥାପିତ କରିବାର ସମ୍ଭାବନା ରହିଛି ।

Advertisment

ଅନ୍ୟପକ୍ଷରେ ରାଜ୍ୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଶ୍ରୀ ଆହୁଜାଙ୍କୁ ମୁଖ୍ୟ ସଚିବ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ମିଳିପାରେ। ଯେହେତୁ ରାଜ୍ୟର ବିଜେପି ସରକାର ତାଙ୍କୁ ଓଡ଼ିଶା ଫେରାଇ ଆଣୁଛନ୍ତି, ତେଣୁ ତାଙ୍କୁ ମୁଖ୍ୟ ସଚିବ ପଦବୀ ମିଳିବାର ସମ୍ଭାବନା ଅଧିକ । ବରିଷ୍ଠତା ଦୃଷ୍ଟିରୁ ଦେଖିଲେ ଶ୍ରୀ ଜେନାଙ୍କ ପରେ ୧୯୯୦ ବ୍ୟାଚର ନିତେନ ଚନ୍ଦ୍ର ଓ ତାଙ୍କ ପରେ ଶ୍ରୀ ଆହୁଜା ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ