Bus Fares Hiked Again In Odisha
ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା। ଅଟୋମେଟିକ ମେକାନିଜିମ ଆଧାରରେ ବସ୍ ଭଡ଼ାକୁ ବୃଦ୍ଧି କରାଯାଇଛି। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା ୨ ପଇସା ବୃଦ୍ଧି ଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ପାଇଛି।
ସେହିପରି ସୁପର ପ୍ରିମିୟମ ଭଡ଼ା କି.ମି. ପିଛା ୬ ପଇସା ବୃଦ୍ଧି ପାଇଛି। ଭଡ଼ା ବୃଦ୍ଧି ନେଇ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି।
ସୂଚନାଥାଉ କି, ତୈଳ ଦର ବୃଦ୍ଧିକୁ ଦୃଟିରେ ରଖି ଗତ ମାର୍ଚ୍ଚ ୩୧ ବସ୍ ଭଡ଼ା ବୃଦ୍ଧି ପାଇଥିଲା। ସେହି ସମୟରେ ଅର୍ଡିନାରୀ ବା ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୮୭ ରୁ ୯୦ ପଇସାକୁ ବୃଦ୍ଧି ପାଇଥିଲା। ଏକ୍ସପ୍ରେସ୍ ଭଡ଼ା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଥିଲା।
ସେହିପରି ଡିଲକ୍ସ ଭଡ଼ା ୧ ଟଙ୍କା ୨୫ରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି ପାଇଥିଲା । ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୫୩ରୁ ୧ ଟଙ୍କା ୫୯ ପଇସାକୁ ବୃଦ୍ଧି ପାଇଥିବା ବେଳେ ସୁପର ପ୍ରିମିୟମ ଭଡ଼ା ୨ ଟଙ୍କା ୩୮ରୁ ୨ ଟଙ୍କା ୪୭ ପଇସାକୁ ବୃଦ୍ଧି ପାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650279863.jpg)