ଭୁବନେଶ୍ୱର: କମିଲା ବସ୍ ଭଡ଼ା । ତେଲ ଦର କମିବାରୁ କମିଲା ବସ୍ ଭଡ଼ା । ଅର୍ଡିନାରୀ ବସ୍ରେ କିଲୋମିଟର ପିଛା ୯୨ ପଇସାରୁ ହ୍ରାସ ପାଇ ୮୭ ପଇସା ହେଲା । ସେହିଭଳି ଏକ୍ସପ୍ରେସ ୯୬ ପଇସାରୁ ହ୍ରାସ ପାଇ ୯୧ ପଇସା, ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧.୩୫ ପଏଇସାରୁ ହ୍ରାସ ପାଇ ୧.୨୫ ପଇସା ହେଲା । ଅନ୍ୟପଟେ ଏସି ଡିଲକ୍ସ ୧.୬୩ ପଇସାରୁ ହ୍ରାସ ପାଇ ୧.୫୩ ପାଇସାରେ ପହଞ୍ଚିଛି ଓ ସୁପର ପ୍ରିମିୟମ ୨.୫୩ ପିସାରୁ ହ୍ରାସ ପାଇ ୨.୩୮ରେ ପହଞ୍ଚିଛି ।
ତେବେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ତୈଳ ଦର ହ୍ରାସ ପାଇବା ପରେ ଏବେ ବସ୍ ଭଡ଼ା ମଧ୍ୟ ହ୍ରାସ ପାଇଛି । ଆଗକୁ ଅନ୍ୟ ନିତ୍ୟ ବ୍ୟବହାର ସମାଗ୍ରୀ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।