Advertisment

ମଝି ରାସ୍ତାରେ ହାର୍ଟଆଟାକ୍‌ : ଷ୍ଟିଅରିଂ ଛାଡିଲେନି, ୬୫ ଯାତ୍ରୀଙ୍କୁ ନୂଆ ଜୀବନ ଦେଲେ !

ମଝି ରାସ୍ତାରେ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍। ଷ୍ଟିଅରିଂ ଉପରେ ଜୀବନ ଯିବା ପୂର୍ବରୁ ଅଟକାଇଦେଲେ ବସ୍। ବଞ୍ଚିଗଲା ୬୫ ପର୍ଯ୍ୟଟକଙ୍କ ଜୀବନ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଏ କାହାଣୀ, ସତ ଡ୍ରାଇଭରଙ୍କ ସତସାହସ।

undefined

Bus Driver

Advertisment

ବସ୍ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍। ତେବେ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା। ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ ୬୦ରୁ ଅଧିକ ଜୀବନ। ସେପଟେ ରାସ୍ତାମଝିରେ ହନ୍ତସନ୍ତ ଅତିଥିଙ୍କୁ ତୁରନ୍ତ ଲକ୍ଷ୍ୟ ସ୍ଥଳରେ ପହଁଚାଇଛନ୍ତି ଜଣେ ସ୍ଥାନୀୟ ଡ୍ରାଇଭର।

Advertisment

ମଝି ରାସ୍ତାରେ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍। ଷ୍ଟିଅରିଂ ଉପରେ ଜୀବନ ଯିବା ପୂର୍ବରୁ ଅଟକାଇଦେଲେ ବସ୍। ବଞ୍ଚିଗଲା ୬୫ ପର୍ଯ୍ୟଟକଙ୍କ ଜୀବନ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଏ କାହାଣୀ, ସତ ଡ୍ରାଇଭରଙ୍କ ସତସାହସ। ମଙ୍ଗଳବାର, ଭୋର୍ ପ୍ରାୟ ସାଢେ ୪ଟା..୬୫ ଜଣ ପର୍ଯ୍ୟଟକଙ୍କୁ ନେଇ ପଶ୍ଚିମବଙ୍ଗର ହାୱଡାରୁ ବାଲେଶ୍ୱରର ପଂଚଲିଙ୍ଗେଶ୍ୱର ଅଭିମୁଖେ ଗଡୁଥିଲା ଗାଡି। ଆଉ ମାତ୍ର ୫ କିଲୋମିଟର ଥିଲା।

ହଠାତ୍ ପାଟପୁର ଛକ ନିକଟରେ ରାସ୍ତା ମଝିରେ ଅଟକିଗଲା ବସ୍। ଯାତ୍ରୀ କିଛି ବୁଝିବା ପୂର୍ବରୁ ଷ୍ଟିଅରିଂ ଉପରେ ଚେତାଶୂନ୍ୟ ହୋଇପଡିଥିଲେ ଡ୍ରାଇଭର ଶେଖ ଅଖତାର। ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ତାଙ୍କୁ ନୀଳଗିରି ମେଡିକାଲ ନିଆଯାଇଥିଲା, ହେଲେ ସେତେବେଳକୁ ଚାଲିଯାଇଥିଲା ଅଖତାରଙ୍କ ଜୀବନ। ତେବେ ମୃତ୍ୟୁ ପୂର୍ବରୁ ଛାତିର କଷ୍ଟକୁ ଚାପି ବ୍ରେକ୍ ଦେଇ ଅଖତାର ଅଟକାଇ ଦେଇଥିଲେ ଚଳନ୍ତା ବସକୁ। ବଂଚିଯାଇଥିଲା ୬୫ଟି ଜୀବନ।

Advertisment

ଡ୍ରାଇଭରଙ୍କ ଅଚାନକ ମୃତ୍ୟୁ ପରେ ରାସ୍ତା ମଝିରେ ଅଟକିଥିବା ବସ୍‌କୁ ତୁରନ୍ତ ଲକ୍ଷ୍ୟ ସ୍ଥଳରେ ପହଁଚାଇଥିଲେ ସ୍ଥାନୀୟ ଅଂଚଳର ଜଣେ ଡ୍ରାଇଭର ମିହିର ବେହେରା। ସକାଳ ହେବା ଯାଏଁ ପର୍ଯ୍ୟଟକଙ୍କ ପାଖରେ ରହି ସାହସ ଦେଇଥିଲେ। ରୋଚକ କଥା ହେଉଛି ଯେ, ପୂର୍ବରୁ ପଶ୍ଚିମବଙ୍ଗରେ ଗାଡି ଚଳାଉଥିବା ବେଳେ ସେ ବି ହୃଦଘାତର ଶିକାର ହୋଇଥିଲେ।

ସେତେବେଳେ ସେଠାକାର ବାସିନ୍ଦା ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ, ବଂଚିଯାଇଥିଲା ତାଙ୍କ ଜୀବନ। ଆଜି ଯେମିତି ପାଳି ତାଙ୍କର ଥିଲା, ହେଲେ ଡ୍ରାଇଭର ଅଖତାର ବଂଚିପାରିନଥିଲେ।

Advertisment

କେଉଁ ପରିସ୍ଥିତିରେ ହଠାତ୍ ହୃଦଘାତ ହେଲା ଡ୍ରାଇଭରଙ୍କୁ। ଦୀର୍ଘ ସମୟର ଡ୍ରାଇଭିଂ ସାଜିଲା କି କାଳ? ପ୍ରଥମ ଷ୍ଟ୍ରୋକରେ ହିଁ ଜୀବନ ଚାଲିଯିବାର ଆଶଙ୍କା ଥାଏ କି? ଗାଡି ଚଳାଇବା ସମୟରେ ହୃଦଘାତ ହେଲେ କଣ କରାଯିବ, ସେନେଇ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ।

ମୃତ୍ୟୁ କାହାକୁ, କିଭଳି, କେଉଁଠି ଛପି ଥାଏ ତାହା କେହି କହିପାରିବେନି, ତେବେ ଛାତିର ଯନ୍ତ୍ରଣାକୁ ଚାପି ଜୀବନ ଯିବା ପୂର୍ବରୁ ଅନ୍ୟର ଜୀବନ ବଂଚାଇଥିବା ଡ୍ରାଇଭର ଶେଖ ଅଖତାରଙ୍କ କଥା ଯିଏ ଶୁଣୁଛି, ପ୍ରଶଂସା ନକରି ରହିପାରୁନି।

Heart Attack Bus Driver
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ