Advertisment

ଏମିତି ବି ଆସେ ମୃତ୍ୟୁ ! ବସ୍‌ ଚକ ସଜାଡ଼ିବା ବେଳେ ବସ୍‌ ତଳେ ଚାପି ହୋଇଗଲେ ଡ୍ରାଇଭର

ବସ୍‌ ଚକ ସଜାଡ଼ିବା ବେଳେ ବସ୍‌ ତଳେ ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ। ରାସ୍ତାକଡ଼ରେ ବସ୍‌ ରଖି ଚକ ସଜାଡ଼ୁଥିଲେ ଡ୍ରାଇଭର।

accident

accident

Advertisment

କଳାହାଣ୍ଡି(ରାଜକୁମାର ସିଂ ଦେଓ): ଏମିତି ବି ଆସେ ମୃତ୍ୟୁ। ବସ୍‌ ଚକ ସଜାଡ଼ିବା ବେଳେ ବସ୍‌ ତଳେ ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏହି ଅଭାବନୀୟ ଘଟଣା ଘଟିଛି। ଖବର ଲେଖାଯିବା ସୁଦ୍ଧା ମୃତ ଡ୍ରାଇଭରଙ୍କର ପରିଚୟ ମିଳିପାରି ନାହିଁ। 

Advertisment

ସୂଚନା ଅନୁସାରେ, ଘରୋଇ ବସ୍‌ ‘ସଙ୍ଗୀତା’ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୋବରା ରାସ୍ତାରେ କଣ୍ଟାବାଞ୍ଜିରୁ ନବରଙ୍ଗପୁର ଅଭିମୁଖେ  ଯାଉଥିଲା। ଏହି ସମୟରେ ଗାଡ଼ିର ଚକ ପଙ୍କ୍‌ଚର୍‌ ହୋଇଯାଇଥିଲା। ଡ୍ରାଇଭର ରାସ୍ତାକଡ଼ରେ ବସ୍‌ ରଖି ଚକ ସଜାଡ଼ିବାବେଳେ ଜଗ୍ ସ୍ଲିପ୍ କରି ଯାଇଥିଲା। ଫଳରେ ସେ ବସ୍‌ ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। 

ଚୋର ହୋଇ ଥିବାରୁ ନିଜେ ଡ୍ରାଇଭର ଓଲ୍ହାଇ ସଜାଡୁ ଥିବା ସମୟରେ ଜେକ ଖସି ପଡ଼ିଥିଲା ଯାହା ଫଳରେ ଡ୍ରାଇଭର ଉପରେ ଚାପି ହୋଇ ଯାଇଥିଲା ।ଘଟଣା ସ୍ଥଳରେ ରେ ହିଁ ଡ୍ରାଇଭର ର ମୃତ୍ୟୁ ହୋଇଥିଲା ।ଦୀର୍ଘ ସମୟ ପରେ ସ୍ଥାନୀୟ ଲୋକେ ଜାଣିବା ପରେ ସଦର ଥାନା ପୋଲିସ ପହଂଚି ତଦନ୍ତ ଜାରି ରଖିଛି । ବର୍ତ୍ତମାନ ଯାଏଁ ଡ୍ରାଇଭର ର ପରିଚୟ ମିଳିପାରି ନାହିଁ ।

Advertisment

ଦୀର୍ଘ ସମୟ ପରେ ଲୋକେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ