Advertisment

ବିବାହ ଉତ୍ସବରୁ ଫେରୁଥିବା ବେଳେ ଓଲଟିଲା ବସ୍‌

ବିବାହ ଉତ୍ସବରୁ ଘରକୁ ଫେରୁଥିବା ବେଳେ ବାଟରେ ଓଲଟିଲା ବସ୍‌। ବସ୍‌ଟି ଏକ ବିବାହ ଉତ୍ସବରୁ କନ୍ୟା ପକ୍ଷ ଲୋକଙ୍କୁ ନେଇ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

Bus Accident

Bus Accident

Advertisment

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ବିବାହ ଉତ୍ସବରୁ ଘରକୁ ଫେରୁଥିବା ବେଳେ ବାଟରେ ଓଲଟିଲା ବସ୍‌। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ସେବକପୁର ଗାଁ ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି। ବସ୍‌ଟି ଏକ ବିବାହ ଉତ୍ସବରୁ କନ୍ୟା ପକ୍ଷ ଲୋକଙ୍କୁ ନେଇ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ପାଖାପାଖି ୩୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତମାନେ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଗତକାଲି ଗଞ୍ଜାମ ଜିଲ୍ଲା ପୋଲସରାରୁ ଏକ ବସ୍‌ ପାଖାପାଖି ୩୫ ଜଣ କନ୍ୟା ଯାତ୍ରୀଙ୍କୁ ଧରି ପାରଳାଖେମୁଣ୍ଡିକୁ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲା। ବସ୍‌ଟି ବିଳମ୍ବିତ ରାତିରେ ପୋଲସରା ଅଭିମୁଖେ ବାହାରିଥିଲା। ହେଲେ ରାତି ପ୍ରାୟ ୩ଟାରେ ସେବକପୁର ଗାଁ ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିଲା।

ଖବର ପାଇ ପୋଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଦୁର୍ଘଟଣାରେ ଆହତ ପ୍ରାୟ ୩୦ ଜଣଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେମାନଙ୍କୁ ଆଜି ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। 

Advertisment
Bus Accident Paralakhemundi Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ