Advertisment

କିଏ ମାରୁଛି ଗୁଳି, କେଉଁଠୁ ଆସୁଛି ଗୁଳି...କେହି କିଛି ବି ଜାଣି ପାରୁ ନାହାନ୍ତି

ଗାଁରେ ପଡୁଛି ମେଞ୍ଚା ମେଞ୍ଚା ଗୁଳି। ଛକ, ବଜାର ଠାରୁ ଆରମ୍ଭ କରି ଲୋକଙ୍କ ଘରେ ମଧ୍ୟ ଗୁଳି ପଡୁଛି। ଗୁଳି ମାଡ଼ ଏତେ ଅଧିକ ରହିଛି ଯେ, ଘରର ଆଜବେଷ୍ଟସ୍‌ କଣା ହୋଇଯାଇଛି। ଏହାସହ ଲୋକମାନେ ଆହତ ମଧ୍ୟ ହୋଇଛନ୍ତି।

ଅଦ୍ୟତନ ହୋଇଛି
Bullets being fired from nowhere

Bullets being fired from nowhere ; Athagarh residents scared

Advertisment

ଶୂନ୍ୟରୁ ଗୁଳି ବର୍ଷା, ଭୟଭୀତ ଲୋକେ। କିଏ ମାରୁଛି ଗୁଳି, କେଉଁଠୁ ଆସୁଛି ଗୁଳି, କ’ଣ ରହିଛି ଉଦ୍ଦେଶ୍ୟ.. ଜାଣି ପାରୁନାହାନ୍ତି ଲୋକେ। ଗୁଳି ବାଜିବା ଯୋଗୁ କିଛି ଲୋକ ଆହତ ହୋଇଛନ୍ତି ଓ ସେମାନଙ୍କର ଚିକିତ୍ସା ଚାଲିଛି। ଆଠଗଡ଼ ବ୍ଳକ୍‌ ଅନ୍ତର୍ଗତ ନୂଆଶାସନ ଗାଁରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଏଭଳି ସମସ୍ୟା ଦୀର୍ଘ ଦିନ ଧରି ଚାଲି ଥିବାବେଳେ କେଉଁଠୁ ଗୁଳି ଆସୁଛି ପ୍ରଶାସନ କି ଗାଁ ଲୋକେ କେହିବି ଜାଣି ପାରୁ ନାହାନ୍ତି। 

Advertisment

ଗାଁରେ ପଡୁଛି ମେଞ୍ଚା ମେଞ୍ଚା ଗୁଳି। ଛକ, ବଜାର ଠାରୁ ଆରମ୍ଭ କରି ଲୋକଙ୍କ ଘରେ ମଧ୍ୟ ଗୁଳି ପଡୁଛି। ଗୁଳିମାଡ଼ ଏତେ ଅଧିକ ରହିଛି ଯେ, ଘରର ଆଜବେଷ୍ଟସ୍‌ କଣା ହୋଇଯାଇଛି। ଏହାସହ ଲୋକମାନେ ଆହତ ମଧ୍ୟ ହୋଇଛନ୍ତି। ଜଣେ ମହିଳାଙ୍କ ହାତରେ ଗୁଳି ବାଜିବା ପରେ ଅପରେସନ ହୋଇ ଗୁଳି କଢ଼ା ଯାଇଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ଶୂନ୍ୟରୁ ଗୁଳି ବର୍ଷା ହେଉଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ସରକାର ପଦକ୍ଷେପ ନନେଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି। 

ଖାଲି ଜନସାଧାରଣ ନୁହେଁ, ଗାଁର ଗାଈଗୋରୁ ମଧ୍ୟ ଗୁଳିମାଡ଼ର ଶିକାର ହୋଇଛନ୍ତି। ସବୁଠାରୁ ବଡ଼ କଥା, ସ୍କୁଲ ପିଲାଙ୍କ ପାଇଁ ଅଭିବାଭକ ଏବଂ ଦୋକାନୀମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। କେତବେଳେ ଯେ କାହା ମୁଣ୍ଡରେ ଗୁଳି ବାଜି ଯିବ ତାହା କେହିବି କହିପାରିବେ ନାହିଁ। କେବଳ ଭଗବାନ ହିଁ ଭରସା। ତଦନ୍ତ କରି ପଦକ୍ଷେପ ନେବାକୁ ଗାଁ ଲୋକେ ଦାବି କରିଛନ୍ତି। 

Advertisment

ଲୋକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଜିଲ୍ଲା ପ୍ରଶାସନ କ’ଣ ପଦକ୍ଷେପ ନେଉଛନ୍ତି ନା ଜନସାଧାରଣଙ୍କ ଆଗାମୀ ଦିନରେ ଗୁଳିମାଡ଼ର ଶିକାର ବଢୁଛି ତାହା ସମୟ ହିଁ କହିବ। 

Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ