odisha king palace
ମହୁରୀ ରାଜାଙ୍କ ଗଡ଼...ଯେଉଁଠି ଦିନେ ଶାସନ ହେଉଥିଲା…କ୍ଷମତାର କେନ୍ଦ୍ରବିନ୍ଦୁ ଥିଲା…ହେଲେ ଏବେ କର୍ପୁର ଉଡ଼ିଯାଇଛି ଯାହା ବାକି ଅଛି ସେ ସବୁ ବି ଭାଙ୍ଗିରୁଜି ଗଲାଣି । ଅଣଦେଖା, ଅବହେଳା ଆଉ ସରକାରୀ ବ୍ୟବସ୍ଥାରୁ ବହୁ ଦୂରରେ ଥିବା ଗଞ୍ଜାମର ଐତିହ୍ୟ ସମ୍ପର୍ଣ୍ଣ ମହୁରୀଗଡ଼ ।
ବ୍ରହ୍ମପୁର ସହରରୁ ମାତ୍ର କିଛି କିଲୋମିଟର ଦୂର ଚିକିଟି-ଟମଣା ରାସ୍ତାରେ ଥିବା ଏହି ଜରାଜିର୍ଣ୍ଣଂ ଐତିହ୍ୟ । ୧୭ ଶତାବ୍ବୀର ଏହି ସହରରେ ଏବେ ଖାଲି ବାକି ଅଛି ୩ଟି ମନ୍ଦିର । ଏଥିରେ ହୋଇଥିବା କାରୁକାର୍ଯ୍ୟ। କଳାକାରର ହାତରେ ଗଢ଼ା ହୋଇଥିବା ମୂର୍ତ୍ତି ଆଜି ବି ଜୀବନ୍ତ, ସତେ ଯେମିତି ଏହି ପଥର ଭିତରୁ ସେ ବେଳର କଥା କହୁଛି, ବଥା ବଖାଣୁଛିା ହେଲେ ଆଜି ୟେ ଏକୁଟିଆ ନା ଦେଖିବାକୁ କେହି ଅଛି ନା ୟା କଥା ବୁଝିବାକୁ କେହି ।
ଏହି ଗଡ଼ରୁ ଇଂରେଜଙ୍କ ବିରୋଧରେ ଦିଆଯାଇଥିଲା ରଣହୁଙ୍କାର । ବୀର ଯୋଦ୍ଧା ଏ ମାଟି ପାଇଁ ଲଢ଼ିଥିଲୋ ଖାଲି ଲଢ଼େଇ ନୁହେଁ ଗଞ୍ଜାମର ସଂସ୍କୃତି ସହ ବି ଏହି ଗଡ଼ର ରହିଛି ସଂମ୍ପର୍କ । ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଓ ପ୍ରମୁଖ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଏହି ଗଡ଼ରୁ ଆରମ୍ଭ ହୋଇଥିଲା ।
ମହୁରୀ ଗଡ଼ର ଶାସକ ମାନେ ୧୭ ଶହ ଶତାଦ୍ଦୀର ଶେଷ ବେଳକୁ ଆରମ୍ଭ କରିଥିଲେ ଯାତ୍ରା ଯାହା ଏବେ ଦୁଇ ବର୍ଷକୁ ଥରେ ବ୍ରହ୍ମପୁରରେ ପାଳନ ହେଉଛିା ମାଆଙ୍କ ଘଟ ପ୍ରତିଦିନ ରାଜବାଟୀ ଓ ପରେ ସାହି ପରିକ୍ରମା କରନ୍ତି ।
ଏବେ ଆଉ ରାଜା ରାଜୁଡ଼ା ଶାସନ ନଥିବାରୁ ଅସ୍ଥାୟୀ ଭାବେ ତିଆରି ହୋଇଛି ଏହି ରାଜବାଟି । ଠାକୁରାଣୀ ଯାତ୍ରା ବେଳେ ମହୁରୀ ଗଡ଼ ଓ ମହୁରୀ ରାଜବଂଶର କଥା ମନେ ପଡ଼େ କିନ୍ତୁ ଯାତ୍ରା ପରେ ସମସ୍ତେ ଯେପରି ଏହାକୁ ଭୁଲି ଯାଆନ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682223586.jpg)