Bryan johnson says he eats dinner at 11am
ଆମେରିକୀୟ ଶିଳ୍ପପତି ବ୍ରାଏନ୍ ଜନସନ ପ୍ରକୃତି ବିରୁଦ୍ଧରେ ଯାଇ ନିଜକୁ ବହୁ ବର୍ଷ ପଛକୁ ନେଇ ଯାଇଛନ୍ତି। ସେ ଏବେ ବହୁ ଯୁବକ ଭଳି ଲାଗୁଛନ୍ତି। ଏଥିପାଇଁ ବ୍ରାଏନ୍ ପ୍ରତିବର୍ଷ ୨ ମିଲିୟନ୍ ଡଲାର୍ ଖର୍ଚ୍ଚ କରୁଛନ୍ତି। ବ୍ରାଏନ୍ ତାଙ୍କର ଏକ ନୂତନ ବିବୃତ୍ତିରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସେ କହିଛନ୍ତି ଯେ ସେ ଦିନ ୧୧ ଟାରେ ହିଁ ରାତ୍ରୀ ଭୋଜନ କରିନିଅନ୍ତି।
ଜଣେ ଟ୍ୱିଟର ବ୍ୟବହାରକାରୀଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ସେ ଦିନର ଶେଷ ଭୋଜନ ଦିନ୍ ୧୧ ଟାରେ ହିଁ ଖାଇଥା’ନ୍ତି। ଏହି ସମୟକୁ ଯଦି ଦେଖାଯାଏ ତେବେ ଅଧିକାଂଶ ଲୋକଙ୍କ ଏହା ହେଉଛି ଜଳଖିଆ ଖାଇବାର ସମୟ।
୪୫ ବର୍ଷର ବ୍ରାଏନ୍ ଜନ୍ସନ୍ ତାଙ୍କ କିଶୋର ବୟସର ନିଜ ପୁଅ ସହିତ ରକ୍ତ ବିନିମୟ କରିଛନ୍ତି। ସେ ଦିନକୁ ୧୦୦ ରୁ ଅଧିକ ସପ୍ଲିମେଣ୍ଟ ନିଅନ୍ତି। ଏକ ରିପୋର୍ଟ ଅନୁସାରେ ୩୦ ଜଣିଆ ଏକ ଡାକ୍ତରୀ ଟିମ୍ ପ୍ରତିଦିନ ତାଙ୍କ ଶରୀରର ଫ୍ୟାଟ୍ ସ୍କାନ୍ ଏବଂ ନିୟମିତ ଏମଆର୍ଆଇ କରନ୍ତି।
ଜଣେ ଟ୍ୱିଟର ବ୍ୟବହାରକାରୀ ବ୍ରାଏନ୍ ଜନସନ୍ଙ୍କ ଏଭଳି ଖାଦ୍ୟ ସୂଚୀକୁ ନେଇ ପଚାରିଛନ୍ତି ଯେ ‘ଏହା କ’ଣ ସତ?’ ପ୍ରତିକ୍ରିୟାରେ ବ୍ରାଏନ୍ କହିଛନ୍ତି ଯେ “ହଁ ଏହା ସତ। ମୋର ଦିନର ଶେଷ ଖାଦ୍ୟ ଦିନ ୧୧ ଟାରେ ସରିଯାଏ। ମୁଁ ସକାଳ ୬ ରୁ ଦିନ ୧୧ ଟା ମଧ୍ୟରେ ଖାଏ।”
ରିପୋର୍ଟ ଅନୁସାରେ ସେ କୋଲେଜନ୍, ସ୍ପର୍ମିଡିନ୍ ଏବଂ କ୍ରିଏଟିନ୍ ଭଳି ତତ୍ତ୍ୱରେ ଭରପୂର ଖାଦ୍ୟରୁ ତାଙ୍କ ଦିନ ଆରମ୍ଭ କରନ୍ତି। ପ୍ରଥମେ ସେ ଏକ ସୁପର ଭେଜି ସାଲାଡ୍ ଖାଇଥା’ନ୍ତି। ତା’ପରେ ଅଖରୋଟର ହାଲ୍ୱା ଏବଂ ତୃତୀୟ ଭୋଜରେ ସେ କନ୍ଦମୂଳ ଠାରୁ କମଳା ଏବଂ ସାଲାଡ୍ ପର୍ଯ୍ୟନ୍ତ କିଛି ବି ଖାଇଥାନ୍ତି।
ରିପୋର୍ଟ ଅନୁଯାୟୀ, କୋଟି କୋଟି ସମ୍ପତ୍ତିର ମାଲିକ ବ୍ରାଏନ୍ କୁହନ୍ତି ଯେ ଏହି ଦୈନନ୍ଦିନ ଖାଦ୍ୟ ଏବଂ ସପ୍ଲିମେଣ୍ଟ ଇତ୍ୟାଦିର ଶକ୍ତି ଉପରେ ସେ ବର୍ତ୍ତମାନ ୧୮ ବର୍ଷ ବୟସ୍କ ହୃଦୟର ଫୁସ୍ଫୁସ୍ କ୍ଷମତା ଏବଂ ଶାରୀରିକ ଦୃଢତା ପାଇଛନ୍ତି। ଏହା ଛଡା ସେ ଜଣେ ୩୭ ବର୍ଷ ବୟସ୍କ ବ୍ୟକ୍ତିର ହୃଦୟ ଏବଂ ୨୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଚର୍ମ ପାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688747009.jpg)