Advertisment

ଇତିହାସ ରଚିଲେ ଶିଖ୍ ମହିଳା; ସଫଳ କଲେ ସାଉଥ୍ ପୋଲ୍‌ ଯାତ୍ରା

ଇତିହାସ ରଚିଲେ ବ୍ରିଟିଶ ମୂଳ ଶିଖ ସେନା ଅଧିକାରୀ ପ୍ରୀତି ଚାନ୍ଦି। ସାଉଥ୍ ପୋଲ୍‌କୁ ଏକାକୀ ଯାତ୍ରା ସଫଳ କରିବାରେ ସେ ହୋଇପାରିଛନ୍ତି ପ୍ରଥମ "ଅଣଶ୍ୱେତ ମହିଳା"। ଚାନ୍ଦିଙ୍କ ଏହି ଦୁଃସାହସିକ କାର୍ଯ୍ୟ ଗତ ବର୍ଷ ନଭେମ୍ବରରେ ଆରମ୍ଭ ହୋଇଥିଲା।

ଅଦ୍ୟତନ ହୋଇଛି
British Sikh woman preet chandi created history with trip to south pole

British Sikh woman preet chandi created history with trip to south pole

Advertisment

ବ୍ରିଟିଶ ମୂଳ ଶିଖ ସେନା ଅଧିକାରୀ ପ୍ରୀତି ଚାନ୍ଦି ସାଉଥ୍ ପୋଲ୍‌କୁ ଏକାକୀ ଯାତ୍ରା ସଫଳ କରିବାରେ ପ୍ରଥମ "ଅଣଶ୍ୱେତ ମହିଳା" ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଚାନ୍ଦିଙ୍କ ଏହି ଦୁଃସାହସିକ କାର୍ଯ୍ୟ ଗତ ବର୍ଷ ନଭେମ୍ବରରେ ଆରମ୍ଭ ହୋଇଥିଲା। ସେ ଆଣ୍ଟାର୍କଟିକାର ହର୍କ୍ୟୁଲସ୍ ଇନ୍‌ଲେଟ୍ ଠାରୁ ତାଙ୍କର ଏହି ଅସମର୍ଥିତ ଯାତ୍ରା ଆରମ୍ଭ କରିଥିଲେ।

Advertisment

ସେ ପୂର୍ବରୁ କିଛି ସପ୍ତାହ ଆଣ୍ଟାର୍କଟିକାରେ ଏକାକୀ ସ୍କିଙ୍ଗ୍ କରିଥିଲେ ଏବଂ ଜାନୁଆରୀ ୩ରେ ଘୋଷଣା କରିଥିଲେ ଯେ ସେ ୪୦ ଦିନ ମଧ୍ୟରେ ୭୦୦ ମାଇଲ୍ ଅର୍ଥାତ ୧୧୨୬ କିଲୋମିଟର ଯାତ୍ରା ଶେଷ କରିଥିଲେ। ପ୍ରୀତି ଚାନ୍ଦି ତାଙ୍କ ବ୍ଲଗ୍‌ରେ କହିଛନ୍ତି ଯେ ବର୍ତ୍ତମାନ ସେ ଖୁବ ଆତ୍ମହରା ହୋଇପଡିଛନ୍ତି। 

ଚାନ୍ଦି ଏହା ପୂର୍ବରୁ କହିଥିଲେ ଯେ “ଆଣ୍ଟାର୍କଟିକା ପୃଥିବୀର ସବୁଠାରୁ ଶୀତଳ, ସର୍ବୋଚ୍ଚ, ସବୁଠାରୁ ଶୁଷ୍କ ଏବଂ ଅଧିକ ପବନ ବହୁଥିବା ମହାଦ୍ୱୀପ। ସେଠାରେ କେହି ସ୍ଥାୟୀ ଭାବରେ ରହି ପାରନ୍ତି ନାହିଁ। ଯେତେବେଳେ ମୁଁ ପ୍ରଥମେ ଏନେଇ ଯୋଜନା ଆରମ୍ଭ କଲି, ସେତେବେଳେ ମୋତେ ଏହି ମହାଦ୍ୱୀପ ବିଷୟରେ ଅଧିକ କିଛି ଜଣା ନ ଥିଲା। ଏହା ହିଁ ମୋତେ ସେଠାକୁ ଯିବାକୁ ପ୍ରେରଣା ଦେଲା।” ସେ ସାଉଥ୍ ପୋଲ୍‌କୁ ଅଭିଯାନ ପାଇଁ ଅଢେଇ ବର୍ଷ ଧରି ପ୍ରସ୍ତୁତି କରିଥିଲେ। ଏଥିରେ ଫ୍ରେଞ୍ଚ୍‌ ଆଲପ୍ସର କ୍ରୁଭାସ୍ ଟ୍ରେନିଂ ଏବଂ ଆଇଲ୍ୟାଣ୍ଡ୍‌ର ଟ୍ରେକିଂ ସାମିଲ୍ ରହିଛି।

Advertisment

ଆଣ୍ଟାର୍କଟିକା ଅଭିଯାନ ସମୟରେ ଏହି ଭାରତୀୟ ମୂଳ ବ୍ରିଟିଶ ସେନା ଅଧିକାରୀ ଏକ ସ୍ଲେଡ୍ ନେଇଥିଲେ, ଯାହାର ଓଜନ ପ୍ରାୟ ୯୦ କିଲୋଗ୍ରାମ ଥିଲା। ଏହା ସହିତ ସେ ତାଙ୍କ ସହ ଏକ କିଟ୍, ଇନ୍ଧନ ଏବଂ ଖାଦ୍ୟ ନେଇଥିଲେ। ବ୍ରିଟିଶ ସେନାର ଜେନେରାଲ୍ ଷ୍ଟାଫ୍ ମୁଖ୍ୟ ଚାନ୍ଦିଙ୍କୁ ତାଙ୍କର ଯାତ୍ରା ସମାପ୍ତି ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କୁ ଧୈର୍ଯ୍ୟ ଏବଂ ନିଷ୍ଠାର ପ୍ରେରଣାଦାୟକ ଉଦାହରଣ ବୋଲି କହିଥିଲେ।

ସାଉଥ୍ ପୋଲ୍‌କୁ ତାଙ୍କର ଯାତ୍ରା ସମାପ୍ତ କରିବା ପରେ ସେ ନିଜ ବ୍ଲଗ୍‌ରେ ଘୋଷଣା କରିଥିଲେ ଯେ “ଏହି ଅଭିଯାନ ସର୍ବଦା ମୋ ଠାରୁ ଅନେକ ଅଧିକ ଥିଲା। ମୁଁ ଲୋକମାନଙ୍କୁ ଉତ୍ସାହିତ କରିବାକୁ ଚାହୁଁଛି ଯେ ସେମାନେ ନିଜ ସୀମାକୁ ଆଗକୁ ନିଅନ୍ତୁ ଏବଂ ନିଜ ଉପରେ ବିଶ୍ୱାସ ରଖନ୍ତୁ। ମୁଁ କେବଳ କାଚର ଛାତକୁ ଭାଙ୍ଗିବାକୁ ଚାହୁଁ ନାହିଁ, ମୁଁ ଏହାକୁ ଲକ୍ଷାଧିକ ଖଣ୍ଡରେ ଭାଙ୍ଗିବାକୁ ଚାହୁଁଛି।”

Advertisment
Inspiring Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ