କାଠ ଗଣ୍ତି ସାଜିଛି ଗାଁ ଲୋକଙ୍କ ଯାଆସ ରାସ୍ତା । କାଠ ଗଣ୍ଡିରେ ପାର ହେଉଛନ୍ତି ଲୋକେ । ଲଗାଣ ବର୍ଷାରେ ପୋଲର ଆପ୍ରୋଚ ରାସ୍ତା ଧୋଇ ଯିବା ପରେ ଲୋକେ କାଠ ଗଣ୍ଡି ଦେଇ ଯିବା ଆସିବା କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ଜଲେଶପଟ୍ଟାରୁ । ସିର୍ଲାକୁ ସଂଯୋଗ କରୁଥିଲା ଏହି ରାସ୍ତା ।
ଲଗାଣ ବର୍ଷା ଯୋଗୁ ପ୍ରାୟ ୩ ଦିନ ପୂର୍ବେ ଜଲେଶପଟ୍ଟାରୁ ସିର୍ଲାକୁ ସଂଯୋଗ କରୁଥିବା ଆପ୍ରୋଚ ରୋଡ ଧୋଇ ହୋଇ ଯାଇଛି। ନଦୀ ଉପରେ ବ୍ରିଜ୍ କାମ ଚାଲୁଥିବାବେଳେ ଆପ୍ରୋଚ୍ ରୋଡଟି ଧୋଇ ହୋଇଯିବାରୁ ଲୋକେ ନାନା ହନ୍ତସନ୍ତ ହେଉଛନ୍ତି । ଏହି ଆପ୍ରୋଚ ରୋଡଟି ଏନଏଚ୍-୫୯ ପାର୍ଶ୍ୱରେ ଥିବା ବେଳେ ଏହା ଉପରେ ହଜାର ହଜାର ଲୋକ ନିର୍ଭର କରନ୍ତି । ତେଣୁ ଲୋକେ ବାଧ୍ୟ ହୋଇ ଏକ କାଠ ଗଣ୍ଡି ପକାଇ ତାହା ଉପରେ ଯାତାୟତ କରୁଛନ୍ତି।
Also Read
ନିର୍ମାଣ ଚାଲିଥିବା ଆପ୍ରୋଚ୍ ରୋଡ୍ରେ କେବଳ ବାଲି ବସ୍ତା ସହ ମାଟି ପକା ଯାଉଥିବାରୁ ବର୍ଷା ଆସିଲେ ରାସ୍ତା ପୁଣି ଧୋଇ ଯିବା ଆଶଙ୍କା କରିଛନ୍ତି ଗାଁ ଲୋକେ । ରାସ୍ତାକାମ ନିମ୍ନମାନର କରାଯାଉଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।