Advertisment

ବର ବେଶ ହେଲା ଝିଅ… ଘୋଡା ପିଠିରେ ବସିଲା… ଶାଶୁଘର ଗଲା

ଦେଖାଯାଇଛି ଏକ ନିଆରା ବିବାହ ଶୋଭାଯାତ୍ରା। ଝିଅକୁ ବର ବେଶରେ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ସେ ଘୋଡାରେ ବସିଛି ଆଉ ଶାଶୁଘରକୁ ଯାଇଛି। ଆସନ୍ତୁ ଜାଣିବା ଭାରତରେ କେଉଁଠି ଦେଖିବାକୁ ମିଳିଛି ଏହି ନିଆରା ଦୃଶ୍ୟ…

ଅଦ୍ୟତନ ହୋଇଛି
Bride dressed as groom father carries out her baraat

Bride dressed as groom father carries out her baraat

Advertisment

ପୁଅ ବର ବେଶ ହେବା, କାର୍‌ ହେଉ କି ଘୋଡା ଗାଡି ନେଇ, ବରାତ ସଜେଇ ବିବାହ ବେଦୀ ବା ମଣ୍ଡପକୁ ଯିବା ଏକ ସାଧାରଣ ଘଟଣା। ଏମିତି ତ ଚାରିଆଡେ ହୁଏ। କନ୍ୟା କଥା ଯଦି ଚିନ୍ତା କରାଯାଏ ତେବେ ଦେଖାଯାଏ ଯେ ଝିଅ ନାଲି ରଙ୍ଗର ବସ୍ତ୍ର ପିନ୍ଧି ମୁହଁକୁ ଏକ ଆବରଣରେ ଲୁଚାଇ ବିବାହ ଉତ୍ସବକୁ ଅପେକ୍ଷା କରିଥାଏ। କିନ୍ତୁ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଝିଅକୁ କନ୍ୟା ବେଶରେ ନୁହେଁ ବରଂ ବର ବେଶରେ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ଲଜ୍ଜା ଏବଂ ଆବରଣକୁ ଛାଡି ଝିଅ ଘୋଡାରେ ଚଢିଛି ଆଉ ପ୍ରସେଶନ କରି ଶାଶୁଘରକୁ ଯାଇଛି।

Advertisment

ଉତ୍ତରପ୍ରଦେଶର ମୁରାଦାବାଦରେ ଲୋକମାନେ ଏକ ଝିଅର ବିବାହ ଶୋଭାଯାତ୍ରାର ଏଭଳି ଏକ ଅନନ୍ୟ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେବେଳେ ଲୋକମାନେ ବାଜାବାଣର ଶବ୍ଦ ଶୁଣିଲେ, ସେମାନେ ବାଲକୋନୀକୁ ଦୌଡ଼ିଲେ ଆଉ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ଏକ ଘୋଡା ଗାଡିରେ ବର ବେଶରେ ସଜ୍ଜିତ ହୋଇଥିବା ଝିଅକୁ ଦେଖିଲେ। ଏହି ଦୃଶ୍ୟ ସମସ୍ତଙ୍କ ପାଇଁ ପୂରା ଭିନ୍ନ ଏବଂ ଅନନ୍ୟ ଥିଲା।

ଅଧିକ ପଢ଼ନ୍ତୁ: ଅଜବ ବିବାହ: ଯାଆଁଳା ଭଉଣୀଙ୍କୁ ମିଳିଗଲେ ଯାଆଁଳା ଭାଇ

ଏହି ଅନନ୍ୟ ଦୃଶ୍ୟ ମୁରାଦାବାଦର ରାମ ଗଙ୍ଗା ବିହାରର ହିମଗରୀ କଲୋନୀରେ ଦେଖିବାକୁ ମିଳିଥିଲା। ଏଠାରେ ରହୁଥିବା ରାଜେଶ ଶର୍ମା ତାଙ୍କ ଝିଅର ଏକ ନିଆରା ବିବାହ ଶୋଭାଯାତ୍ରା କରୁଥିଲେ। ରିପୋର୍ଟ ଅନୁସାରେ ରାଜେଶ ଶର୍ମା ହେଉଛନ୍ତି ଅଖିଳ ଭାରତବର୍ଷୀୟ ବ୍ରାହ୍ମଣ ମହାସଭାର ରାଜ୍ୟ ସାଧାରଣ ସମ୍ପାଦକ। ତାଙ୍କ ଝିଅ ବିବାହର ଦିନକ ପୂର୍ବରୁ ଏହି ନିଆରା ଶୋଭାଯାତ୍ରା କରି ତା’ ଶାଶୁ ଘରକୁ ନେଇଛନ୍ତି।

Advertisment

ରାଜେଶ ଶର୍ମା ତାଙ୍କର ଏହି ବିବାହ ଶୋଭାଯାତ୍ରା କରି ତାଙ୍କ ଝିଅକୁ ଏକ ଅନନ୍ୟ ଉପହାର ଦେଇଛନ୍ତି। ପୁଅ ଏବଂ ଝିଅମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବା ପାଇଁ ସେ ଏପରି କରିଛନ୍ତି। ସେ କୁହନ୍ତି ଯେ ଠିକ୍ ୨୭ ବର୍ଷ ପୂର୍ବେ ଯେତେବେଳେ ତାଙ୍କ ଘରେ ଝିଅର କୁଆଁ କୁଆଁ ଶୁଣିଥିଲେ ସେତେବେଳେ ସେ ଖୁସି ହେବା ବଦଳରେ ଦୁଃଖ କରିଥିଲେ।

ସେ କହିଛନ୍ତି ଯେ "ଲୋକମାନେ ନିଜ ପୁଅର ଜନ୍ମକୁ ଉତ୍ସବ ଭାବେ ପାଳନ କରନ୍ତି, କିନ୍ତୁ ଝିଅର ନୁହେଁ। ସେମାନେ ପୁଅର ଜନ୍ମରେ ଖୁସି ହୁଅନ୍ତି। ୨୭ ବର୍ଷ ପୂର୍ବେ, ମୁଁ ଏହି ଉତ୍ସବ ପାଳନ କରି ପାରିନଥିଲି କିନ୍ତୁ ବର୍ତ୍ତମାନ ମୁଁ ମୋର ଭୁଲ ବୁଝିପାରିଛି। ପୁଅମାନଙ୍କ ଭଳି ଝିଅମାନଙ୍କର ମଧ୍ୟ ସମାନ ଅଧିକାର ରହିବା ଉଚିତ। ତେଣୁ ମୋର ସେହି ଭୁଲ୍‌କୁ ସଂଶୋଧନ କରିବା ପାଇଁ ଝିଅର ଏଭଳି ଶୋଭାଯାତ୍ରା କରିଛି।”

Advertisment
Marriage Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ