Advertisment

୨ ଫେରା ନେବା ପରେ ହଠାତ୍‌ ବେଦୀରୁ ଉଠି ଚାଲିଗଲା କନ୍ୟା, ଆଉ ତା ପରେ....

ବେଦୀରୁ ଉଠି ଚାଲିଗଲା କନ୍ୟା, କହିଲା କିଛି ଏମିତି...

ଅଦ୍ୟତନ ହୋଇଛି
Bride Calls Off Marriage After Two Pheras, Says Groom Was ‘Too Dark’

Bride Calls Off Marriage After Two Pheras, Says Groom Was ‘Too Dark’

Advertisment

ଧୂମାମ୍‌ଧାମ୍‌ରେ ଆସିଲା ବରଯାତ୍ରୀ । ସୁରୁଖୁରୁରେ ଚାଲିଥିଲା ବିବାହ ଉତ୍ସବ । ଯଜ୍ଞକୁ ସାକ୍ଷୀ ରଖି ସପ୍ତଘେରାରୁ ମାତ୍ର ୨ ଘେରା ପରେ ହଠାତ୍‌ ବେଦୀରୁ ଉଠି ଚାଲିଗଲା କନ୍ୟା । ଉତ୍ତରପ୍ରଦେଶର ଇଟାୱାରେ ଦେଖିବାକୁ ମିଳିଛି ଏହି ଅଜବ ଦୃଶ୍ୟ । ବିବାହ ଉତ୍ସବରେ ଏପରି କିଛି ଘଟିଛି ଯାହା ଜାଣିଲେ ହୁଏତ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

Advertisment

ଉତ୍ତରପ୍ରଦେଶର ଇଟାୱାରେ ଜିଲ୍ଲାର ଭାରତାନାର ନଗଲାବାଗ୍‌ର ନୀତୁର ବିବାହ ଜାଫରପୁରର ବାସିନ୍ଦା ରବିଙ୍କ ସହିତ ସ୍ଥିର ହୋଇଥିଲା । ବିବାହ ନିର୍ଦ୍ଧାରିତ ଦିନ ନୀତୁଙ୍କ ଘରେ ପହଞ୍ଚିଥିଲା ବରଯାତ୍ରୀ । ବିବାହ ଚାଲିଥିବା ସମୟରେ ସପ୍ତଘେରାରୁ ମାତ୍ର ୨ ଘେରା ହୋଇଥିବାବେଳେ କନ୍ୟା ହଠାତ୍‌ ବରକୁ ଦେଖି ବିବାହ କରିବାକୁ ମନା କରିଦେଇ ବେଦୀରୁ ଉଠି ଚାଲିଗଲା ।

ଏହାପରେ କନ୍ୟାକୁ ଲୋକମାନେ ବହୁତ ବୁଝାଇଲେ କିନ୍ତୁ ସେ ରାଜି ହେଲା ନାହିଁ । ଏଥିରେ ବରର ବାପା ରାଗିଯାଇ ଝିଅର ବାପାଙ୍କ ବିରୋଧରେ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ବରର ପିତା ଅଭିଯୋଗ କରିଛନ୍ତି ଯେ ବିବାହରେ ସେ ଦେଇଥିବା ସୁନା ଓ ରୂପା ଅଳଙ୍କାର ସବୁ କନ୍ୟା ପାଖରେ ରହିଛି ଯାହା ସେମାନଙ୍କର ।

Advertisment
Marriage Marriage Party Viral News Bride Groom
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ