Astrospeak
  • Live TV
  • Read In English

କରୋନା ଯୋଗୁଁ ବଜାର ମାନ୍ଦା, ପିତ୍ତଳ ବ୍ୟବସାୟ ଠପ୍ : ଚିନ୍ତାରେ କଟକ ଚୌଦ୍ୱାର ଭଟିମୁଣ୍ଡା ଗାଁର ପିତ୍ତଳ କାରିଗର

କଟକ ଚୌଦ୍ୱାର ଭଟିମୁଣ୍ଡା ଗାଁରେ ପ୍ରାୟ ୨ ହଜାର ଲୋକେ ବାସ କରୁଥିବା ବେଳେ ୫୦ରୁ ଅଧିକ ପରିବାର ପିତ୍ତଳ ବାସନ ପ୍ରସ୍ତୁତରେ ନିରନ୍ତର ଲାଗିଛନ୍ତି । ରଡ଼ ନିଆଁରେ ପିତଳକୁ ଆଉଟି ଗରା ପ୍ରସ୍ତୁତରେ ଲାଗିଛନ୍ତି କାରିଗର । ନିଆଁ ପାଖରେ ଅହରହ ପରିଶ୍ରମ ପରେ ପ୍ରସ୍ତୁତ ହେଉଛି ଚିକଚିକ୍ କରୁଥିବା ଗରା

Brass Artisans
ଦୁର୍ଦ୍ଦଶାରେ ପିତ୍ତଳ ମୂର୍ତ୍ତି କାରିଗର

News Summary

ପରିବାର ଚଳାଇବା ହେଲାଣି କଷ୍ଟକର, ସହାୟତା ପାଇଁ ଦାବି

ମେଳା ମହୋତ୍ସବ ବନ୍ଦ ଥିବାରୁ ବିକ୍ରି ହୋଇପାରୁନି ପିତ୍ତଳ ମୂର୍ତ୍ତି

ଦୁର୍ଦ୍ଦଶାରେ ମୟୂରଭଂଜ କପ୍ତିପଦାର ପିତ୍ତଳ ମୂର୍ତ୍ତି କାରିଗର

ଚୌଦ୍ୱାର,ଉଦଳା (ପ୍ରକାଶ କୁମାର ନାୟକ ମାନସ ପାଣି) : ଥମି ଆସିଲାଣି କଂସାବାସନ ଶାଳର ସେହି ଠନଠନ୍ ଶବ୍ଦ । ଦିନେ କାରିଗରଙ୍କ ହାତକୁ ଫୁରସତ ନଥିଲା, ମାତ୍ର ଆଜି ହାତବାନ୍ଧି ବସିଛନ୍ତି । କରୋନା ପାଇଁ ବେପାର ମାନ୍ଦା ଥିବାରୁ କାରିଗର ଏବେ ଚିନ୍ତାରେ । ସେହିପରି ମେଳା ମହୋତ୍ସବ ବନ୍ଦ ଥିବାରୁ ପିତ୍ତଳ ମୂର୍ତ୍ତି କାରିଗରଙ୍କ ବେଉସା ଉପରେ ବି ପଡ଼ିଛି ପ୍ରଭାବ ।

କଟକ ଚୌଦ୍ୱାର ଭଟିମୁଣ୍ଡା ଗାଁରେ ପ୍ରାୟ ୨ ହଜାର ଲୋକେ ବାସ କରୁଥିବା ବେଳେ ୫୦ରୁ ଅଧିକ ପରିବାର ପିତ୍ତଳ ବାସନ ପ୍ରସ୍ତୁତରେ ନିରନ୍ତର ଲାଗିଛନ୍ତି । ରଡ଼ ନିଆଁରେ ପିତଳକୁ ଆଉଟି ଗରା ପ୍ରସ୍ତୁତରେ ଲାଗିଛନ୍ତି କାରିଗର । ନିଆଁ ପାଖରେ ଅହରହ ପରିଶ୍ରମ ପରେ ପ୍ରସ୍ତୁତ ହେଉଛି ଚିକଚିକ୍ କରୁଥିବା ଗରା । ଖାଲି ଗରା କାହିଁକି ପିତ୍ତଳର ସୁନ୍ଦର ସୁନ୍ଦର କଂସାବାସନ ମଧ୍ୟ ତିଆରି କରୁଛନ୍ତି । ମାତ୍ର ଲକଡାଉନରେ ବେପାର ମାନ୍ଦା ଯୋଗୁଁ କାରିଗର ଏବେ ଚିନ୍ତାରେ । ଏଭଳି ସ୍ଥିତିରେ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ସେହିଭଳି ମୟୂରଭଂଜ କପ୍ତିପଦା ଉପଖଣ୍ଡ ଗୋପବନ୍ଧୁ ନଗର କୁଡ଼ଇାଖୁଣ୍ଟା ଗାଁର ଅଧିକାଂଶ ଲୋକେ କୌଳିକ ବୃତ୍ତିକୁ ଛାଡ଼ି ନପାରି ପିତ୍ତଳ ମୂର୍ତ୍ତି ତିଆରିରେ ଲାଗିଛନ୍ତି । ବଜାର ଘାଟ ଓବଂ ମେଳା ମହୋତ୍ସବରେ ଏସବୁ ବିକ୍ରି କରି ଦି ପଇସା ରୋଜଗାର କରିଥାନ୍ତି ମାତ୍ର କରୋନା କଟକଣା ଯୋଗୁଁ ମେଳା ମହୋତ୍ସବ ବନ୍ଦ ଥିବାରୁ ବିକ୍ରିବଟା ହୋଇପାରୁନାହିଁ, ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି କାରିଗର । କରୋନା ସଭିଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ସରକାରୀ ପ୍ରୋତ୍ସାହନ ମିଳିଲେ କାରିଗରମାନେ ଉପକୃତ ହେବା ସହ କୌଳିକ ବୃତ୍ତିକୁ ବଞ୍ଚାଇ ରଖିପାରନ୍ତେ ବୋଲି କହିଛନ୍ତି ।