Advertisment

ପ୍ରେମିକାର ମା’ ଦିନେ ଥିଲା ପ୍ରେମିକା, ଏବେ ଶାଶୁଭାବେ ଦେଖି ଆଶ୍ଚର୍ଯ୍ୟ ହେଲେ ଯୁବକ

ପ୍ରେମିକାଙ୍କ ମା’ଙ୍କୁ ଭେଟି ଆଶ୍ଚର୍ଯ୍ୟ ହେଇଗଲେ ଯୁବକ। କାରଣ ୨ ବର୍ଷ ପୂର୍ବରୁ ସେ ତାଙ୍କୁ ଭଲ ପାଉଥିଲେ। ସେବେବେଳେ ଯୁବକ ଜଣକ ୧୯ ବର୍ଷର ଥିବା ବେଳେ ମହିଳା ଜଣକ ୪୦ ବର୍ଷର ଥିଲେ।

ଅଦ୍ୟତନ ହୋଇଛି
Boyfriend shocked to meet girlfriend mom

Boyfriend shocked to meet girlfriend mom

Advertisment

ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡର ବାପା ମାଆଙ୍କୁ ଭେଟିବା ନିହାତି କଷ୍ଟକର ମୁହୂର୍ତ୍ତ ହୋଇଥାଏ। ବେଳେବେଳେ ପ୍ରେମିକ ଏତେ ଭୟଭୀତ ହୋଇଯାଏ ଯେ ସେ ସାମ୍ନାକୁ ଆସିବାକୁ ମଧ୍ୟ ସାହସ କରିପାରେ ନାହିଁ। କିନ୍ତୁ ଜଣେ ପ୍ରେମିକ ପାଇଁ ଏହି ସମୟ ଏକ ଭିନ୍ନ ରଙ୍ଗ ଆଣିଛି।

Advertisment

ପ୍ରେମିକ ଜଣକ ତାଙ୍କ ପ୍ରେମିକାଙ୍କ ବାପା ମାଆଙ୍କୁ ଭେଟିବା ପାଇଁ ତାଙ୍କ ତାଙ୍କ ଘରକୁ ଯାଇଥିଲେ କିନ୍ତୁ ସେ ଯେତେବେଳେ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ମାଆଙ୍କୁ ଦେଖିଥିଲେ ଚକିତ ହୋଇଯାଇଥିଲେ। ତାଙ୍କୁ ଦେଖି କିଛି ବର୍ଷ ପୂର୍ବେ ଘଟିଥିବା ଘଟଣା ତାଙ୍କ ମାନସପଟକୁ ଚାଲିଆସିଥିଲା

ଏକ ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତି ସୋସିଆଲ ମିଡିଆ ସାଇଟ୍ ରେଡିଟ୍‌ରେ ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି। ନିଜ ନାମ ପ୍ରକାଶ ନ କରି ସେ ତାଙ୍କର ତାଙ୍କ ଗର୍ଲଫ୍ରେଣ୍ଡ ସହିତ ଜଡିତ ଥିବା ଏକ ଘଟଣାକୁ ବର୍ଣ୍ଣନା କରିଛନ୍ତି। ୨୧ ବର୍ଷୀୟ ଏହି ବ୍ୟକ୍ତି କହିଛନ୍ତି ଯେ ନିକଟରେ ସେ ତାଙ୍କ ପ୍ରେମିକାଙ୍କ ବାପା ମାଆଙ୍କୁ ଭେଟିବା ପାଇଁ ଗର୍ଲଫ୍ରେଣ୍ଡଙ୍କ ଘରକୁ ଯାଇଥିଲେ। ସେଠାରେ ଯେତେବେଳେ ସେ ତାଙ୍କ ମା’ଙ୍କୁ ଦେଖିଲେ ତାଙ୍କ ହୋସ୍ ଉଡିଗଲା। କାରଣ ଦୁଇ ବର୍ଷ ପୂର୍ବେ ଉଭୟଙ୍କ ପ୍ରେମ ସମ୍ପର୍କ ରହିଥିଲା।

Advertisment

ବ୍ୟକ୍ତି ଜଣକ କହିଛନ୍ତି ଯେ ଯେତେବେଳେ ତାଙ୍କୁ ୧୯ ବର୍ଷ ହୋଇଥିଲା ସେ ଜଣେ ବ୍ୟକ୍ତିଗତ ଜିମ୍ ପ୍ରଶିକ୍ଷକ ଭାବରେ କାମ କରୁଥିଲେ। ସେହି ସମୟରେ ତାଙ୍କ ବର୍ତ୍ତମାନର ଗର୍ଲଫ୍ରେଣ୍ଡର ମାଆ ଜିମ୍‌କୁ ଆସୁଥିଲେ ଯେଉଁଠାରେ ଦୁହେଁ ଭେଟାଭେଟି ହୋଇଥିଲେ। ଏହି ମିଳନ କେତେବେଳେ ଶାରୀରିକ ସମ୍ପର୍କରେ ବଦଳି ଯାଇଥିଲା ତାହା ସେମାନେ ମଧ୍ୟ ଜାଣିପାରି ନଥିଲେ। ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଅଧିକ ଶକ୍ତିଶାଳୀ ହେବାକୁ ଲାଗିଲା। ଯୁବକ ଜଣକ କୁହନ୍ତି ଯେ ସେହି ସମୟରେ ମହିଳାଙ୍କୁ ୪୦ ବର୍ଷ ହୋଇଥିଲେ ମଧ୍ୟ ସେ ୨୫ ବର୍ଷର ଯୁବତୀ ପରି ଦେଖାଯାଉଥିଲେ।

ଯୁବକଙ୍କ କହିବା  କଥା ଯେ ଦୁଇ ବର୍ଷ ପୂର୍ବେ ତାଙ୍କର ବର୍ତ୍ତମାନର ଗର୍ଲଫ୍ରେଣ୍ଡଙ୍କ ମା’ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା ବୋଲି ସେ ବର୍ତ୍ତମାନ ଅନୁତାପ କରୁଛନ୍ତି। ଯଦିଓ ଦୁହେଁ ସେତେବେଳେ ପରସ୍ପରକୁ ଜାଣି ନ ଥିଲେ, ତେଣୁ ଯଦି ଦେଖାଯାଏ, ତେବେ ସେ ତାଙ୍କ ପ୍ରେମିକାଙ୍କୁ ମଧ୍ୟ ବିଶ୍ୱାସଘାତକତା କରି ନାହାଁନ୍ତି, କିନ୍ତୁ ଗର୍ଲଫ୍ରେଣ୍ଡର ମା’ଙ୍କୁ ପୁଣିଥରେ ଭେଟିବା ପରେ ସେ ଦୁଃଖ ପ୍ରକାଶ କରିଛନ୍ତି। ସେ ବର୍ତ୍ତମାନ ଏହି କଥାକୁ ତାଙ୍କ ପ୍ରେମିକାଙ୍କୁ ମଧ୍ୟ କହିପାରିବା ଅବସ୍ଥାରେ ନାହାନ୍ତି।

Advertisment

ଯୁବକ ପୁଣି କହିଛନ୍ତି ଯେ ସେତେବେଳେ ମହିଳା ଜଣକ ସେମାନଙ୍କ ମଧ୍ୟରେ ବୟସରେ ଅନେକ ପାର୍ଥକ୍ୟ ଥିବା କହି ନିଜେ ଏହି ସମ୍ପର୍କ ଭାଙ୍ଗିଦେଇଥିଲେ। କିନ୍ତୁ ଯେତେବେଳେ ସେହି ମହିଳା ତାଙ୍କୁ ପୁଣିଥରେ ତାଙ୍କ ଗର୍ଲଫ୍ରେଣ୍ଡର ମାଆ ଭାବରେ ମିଳିଲେ ସେତେବେଳେ ତାଙ୍କ ପାଦ ତଳୁ ମାଟି ଖସିଗଲା। ଏହି ପୋଷ୍ଟ୍‌ ପଢିବା ପରେ ଲୋକମାନେ ସେହି ଯୁବଙ୍କୁ ଥଟ୍ଟା କରିବାରେ ଲାଗିଛନ୍ତି। ତେବେ ଅନେକ ଲୋକ ତାଙ୍କୁ ସାନ୍ତ୍ୱନା ମଧ୍ୟ ଦେଉଛନ୍ତି ଆଉ କହୁଛନ୍ତି ଯେ ସେ କୌଣସି ବି ସଂପର୍କରେ ଅବିଶ୍ୱାସ କରିନାହାଁନ୍ତି ଏବଂ ବର୍ତ୍ତମାନ ସେ ପୁରୁଣା ଦିନଗୁଡ଼ିକୁ ଭୁଲିଯିବା ଉଚିତ।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ