Boulder falls on railway tracks in koraput
ପାହାଡ଼ ଉପରୁ ବଡ଼ ପଥର ଖଣ୍ଡ ଖସି ରେଲ୍ୱେ ଟ୍ରାକ୍ରେ ପଡ଼ିବା ଯୋଗୁ ଅଟକିଲା ଯାତ୍ରୀବାହୀ ଟ୍ରେନ୍। ଯଦିଓ ବଡ଼ ଅଘଟଣରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି, ତେବେ ଟ୍ରାକ୍ ଉପରେ ପଥର ପଡ଼ି ଥିବାରୁ ଏହି ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। କୋରାପୁଟ ରେଲ୍ୱେ ଷ୍ଟେସନରେ ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ୍ ଅଟକି ଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ମାନୁବାର-ଜରଟି ଷ୍ଟେସନ ମଧ୍ୟରେ ରେଳ ଧାରଣାରେ ବଡ଼ ପଥର ସହ ମାଟି ଅତଡା ଖସି ପଡ଼ିଛି। ପାହାଡ଼ ଉପରୁ ବଡ଼ ପଥର ରେଳ ଧାରଣା ଉପରେ ପଡ଼ି ରହିଥିବାରୁ ଏହି ରୁଟ୍ରେ ଟ୍ରେନ୍ ଚଳାଚଳ ସମ୍ଭବପର ହୋଇପାରୁନିା ଫଳରେ ଗତକାଲି ରାତି ୩ରୁ କୋରାପୁଟ ରେଲ୍ୱେ ଷ୍ଟେସନରେ ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ୍ ଅଟକି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1695523640.jpg)