Advertisment

ବଢିଗଲା ବିଦ୍ୟୁତ୍ ବିଲ୍; କମ୍ପାନୀ କର୍ମଚାରୀଙ୍କୁ ଦେଲା ୧୮,୦୦୦ରୁ ଅଧିକ ବୋନସ୍‌

କମ୍ପାନୀର କର୍ମଚାରୀ ପ୍ରୀତି। ସେମାନେ କିପରି ସୁବିଧାରେ ରହିବେ ଏନେଇ ଚିନ୍ତା କରେ ଏମିତି ଏକ କମ୍ପାନୀ। ବିଦ୍ୟୁତ ବିଲ୍ ବଢିଯିବାରୁ କମ୍ପାନୀ ନେଇଛି ଏମିତି ଏକ ପଦକ୍ଷେପ। କର୍ମଚାରୀଙ୍କୁ ପ୍ରତି ମାସରେ ଦେଉଛି ୧୮,୦୦୦ରୁ ଅଧିକ ବୋନସ୍‌।

ଅଦ୍ୟତନ ହୋଇଛି
Boss gives employees electricity bonus of 18 thousand

Boss gives employees electricity bonus of 18 thousand

Advertisment

ସାଧାରଣତଃ ଦେଖାଯାଏ ଯେ ଅଧିକାଂଶ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କ ଠାରୁ କାମ ଆଦାୟ କରିବାରେ ଲଗିଥିଲେ ବି ସେମାନଙ୍କ ସୁବିଧା ଅସୁବିଧା କଥା କେବେ ବି ଚିନ୍ତା କରନ୍ତି ନାହିଁ। କିନ୍ତୁ ଏମିତି ଏକ କମ୍ପାନୀ ଅଛି ଯିଏ ଏହାର କର୍ମଚାରୀମାନଙ୍କୁ ସବୁପ୍ରକାର ସୁବିଧା ଯୋଗାଇବାକୁ ଚେଷ୍ଟା କରେ। ଫଳରେ ସେମାନେ ଖୁବ୍ ଭଲ ଏବଂ ସଚ୍ଚୋଟତା ସହ କାମ କରନ୍ତି।

Advertisment

କେତେକ କମ୍ପାନୀ ସେମାନଙ୍କ କର୍ମଚାରୀମାନଙ୍କୁ ଚିକିତ୍ସା, ଭ୍ରମଣ ଏବଂ ଛୁଟି ସୁବିଧା ପ୍ରଦାନ କରୁଥିବା ବେଳେ ବ୍ରିଟେନର ଏକ କମ୍ପାନୀ ଏବଂ ଏହାର ପରିଚାଳନା ନିର୍ଦ୍ଦେଶକ ଯାହା କରିଛନ୍ତି ତାହା ପ୍ରକୃତରେ ଏକ ଭିନ୍ନ ସ୍ତରର। ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।

ଜଣେ ଭଲ ବସ୍ ତାଙ୍କୁ ହିଁ କୁହାଯାଏ ଯାହାକୁ ଛାଡି କର୍ମଚାରୀମାନେ ଆଉ କୁଆଡେ ବି ଯିବାକୁ ଚାହାନ୍ତି ନାହିଁ। କିଛି ବସ୍ ବୃତ୍ତିଗତ ଜୀବନକୁ ଛାଡି କର୍ମଚାରୀଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ବଜାୟ ରଖନ୍ତି। ବ୍ରିଟେନ୍‌ର ଏକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏହାର କର୍ମଚାରୀମାନଙ୍କୁ ପ୍ରତି ମାସରେ ୧୮ ହଜାରରୁ ଅଧିକ ବୋନସ ଦେବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଦ୍ୱାରା ବଢୁଥିବା ବିଦ୍ୟୁତ୍ ବିଲ୍ ସେମାନେ ସହଜରେ ପୈଠ କରିପାରିବେ।

Advertisment

ଯୁକ୍ତରାଜ୍ୟ ଭିତ୍ତିକ କମ୍ପାନୀ 4Com ର ପରିଚାଳନା ନିର୍ଦ୍ଦେଶକ ଡାରନ୍ ହଟ୍ କର୍ମଚାରୀମାନଙ୍କୁ ବୋନସ୍ ଉପହାର ଦେଇଛନ୍ତି। ଏହି ବୋନସ୍ ଏମିତି ସେମିତି ନୁହେଁ, ବରଂ ଏହା ପ୍ରତି ମାସରେ ଦିଆଯାଉଥିବା ଏନର୍ଜୀ ସପୋର୍ଟ୍ ବୋନସ ହେବ। ଏହା ଅଧୀନରେ କମ୍ପାନୀର ପ୍ରତ୍ୟେକ କର୍ମଚାରୀଙ୍କୁ ଭାରତୀୟ ମୁଦ୍ରାରେ ୧୮,୫୦୦ ଟଙ୍କା ଦିଆଯିବ, ଯାହା ଦ୍ୱାରା ସେମାନେ ସେମାନଙ୍କର ବଢୁଥିବା ବିଦ୍ୟୁତ୍ ବିଲ୍ ପୈଠ କରିପାରିବେ।

ରିପୋର୍ଟ ଅନୁଯାୟୀ, ଏହି ବୋନସ ପ୍ରୋଗ୍ରାମ ପରବର୍ତ୍ତୀ ବିଜ୍ଞପ୍ତି ଆସିବା ପର୍ଯ୍ୟନ୍ତ ଜାରି ରହିବ। ଡାରନ୍ ହଟ୍ କହିଛନ୍ତି ଯେ କିଛି ମାସ ପୂର୍ବରୁ ସେ କର୍ମଚାରୀମାନଙ୍କୁ କହିଥିଲେ ଯେ ବିଦ୍ୟୁତ୍ ବିଲ୍ ବଢିଗଲେ ସେ ସେମାନଙ୍କୁ ସାହାଯ୍ୟ କରିବେ। ଯେତେବେଳେ ଏହା ହେଲା, ସେ ଏହାକୁ ଏନର୍ଜି ସପୋର୍ଟ ବୋନସ୍ ଅନ୍ତର୍ଗତ ପେ’ସ୍ଲିପ୍‌ରେ ଯୋଡିଥିଲେ।

Advertisment

ଶୀତଦିନେ ବ୍ରିଟେନ୍‌ରେ ବିଦ୍ୟୁତ୍ ବିଲ୍ ୩ ଲକ୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏଭଳି ପରିସ୍ଥିତିରେ କମ୍ପାନୀର ସିଇଓ ଗ୍ୟାରୀ ସ୍କଟ୍‌ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏହି ବୋନସ୍‌ ମାଧ୍ୟମରେ ସେ ତାଙ୍କ ଟିମ୍‌କୁ ସାହାଯ୍ୟ କରୁଛନ୍ତି। ସେ ତାଙ୍କ କର୍ମଚାରୀ ଏବଂ ସେମାନଙ୍କ ସହ ଥିବା ସମ୍ପର୍କକୁ ମୂଲ୍ୟବାନ ବୋଲି ବିବେଚନା କରି କହିଛନ୍ତି ଯେ ୧୯୯୯ ପରଠାରୁ ସେ ଏହି ବିଚାରକୁ ନେଇ କାମ କରିଆସୁଛନ୍ତି ଯେ କର୍ମଚାରୀମାନେ କମ୍ପାନୀର ସମ୍ପତ୍ତି ଅଟନ୍ତି।

ଏହାପୂର୍ବରୁ ଜଣେ ବସ୍ ତାଙ୍କ କର୍ମଚାରୀଙ୍କୁ ୬୩ ଲକ୍ଷ ପ୍ୟାକେଜ୍ ପ୍ରଦାନ ନେଇ ଚର୍ଚ୍ଚାରେ ଥିଲେ। ସେହିପାରି ଜଣେ ମହିଳା ବସ୍ କମ୍ପାନୀ ଲୋକଙ୍କୁ ୮ ଲକ୍ଷ ଟଙ୍କା ଏବଂ ୨ଟି ପ୍ରଥମ ଶ୍ରେଣୀ ବିମାନ ଟିକେଟ୍‌ ଦେଇଥିବାରୁ ତାଙ୍କୁ ପ୍ରଶଂସା କରାଯାଇଥିଲା।

Ajab Gajab News Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ