Advertisment

ବ୍ୟାଗ୍‌ ଖୋଲିଦେବା ପରେ ଫୁଟିଲା ବୋମା

ପୋଲିସ ପହଞ୍ଚି ବୋମା କେଉଁଠୁ ଓ କେମିତି ଆସିଲା, ସେ ନେଇ ତନାଘନା କରୁଛି।

Bomb Blast

Bomb Blast

Advertisment

ଅଫୁଟା ବୋମା ଫୁଟି ୩ ନାବାଳିକା ଗୁରୁତର। ଭଦ୍ରକ ଜିଲ୍ଲା ବନ୍ତ ଥାନା ତ୍ରିକୋଣା ଗାଁରେ ଘଟିଛି ଏ ଅଭାବନୀୟ ଘଟଣା। ଆଜି ଅପରାହ୍ଣରେ କିଛି ଛୋଟ ପିଲା ତ୍ରିକୋଣା ଗାଁର ଏକ ବୁଦା ନିକଟରେ ଖେଳୁଥିଲେ। ଏଠାରେ ଏକ ପରିତ୍ୟକ୍ତ ବ୍ୟାଗ୍ ଭିତରେ କିଛି ଅଫୁଟା ବୋମା ରହିଥିବା ବେଳେ ପିଲାମାନେ ଏହି ବ୍ୟାଗଟିକୁ ଟାଣି ଆଣିବା ବେଳେ ବିସ୍ଫୋରଣ ହୋଇଥିଲା।

Advertisment

ଫଳରେ ଘଟଣାସ୍ଥଳରେ ୩ ଜଣ ପିଲା ଗୁରୁତର ଆହତ ହୋଇଥିଲେ। ଅନ୍ୟ କିଛି ପିଲା ଅଳ୍ପକେ ରକ୍ଷା ପାଇଯାଇଥିଲେ। ଆହତ ୩ ନାବାଳିକାଙ୍କ ମଧ୍ୟରେ ୨ ଭଉଣୀ ଥିବା ସୂଚନା ମିଳିଛି। ଗୁରୁତର ୩ ଜଣଙ୍କୁ ପ୍ରଥମେ ବନ୍ତ ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଏ ଅଘଟଣ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୋମା କେଉଁଠୁ ଓ କେମିତି ଆସିଲା, ସେ ନେଇ ତନାଘନା କରୁଛି।

ଏନେଇ ସ୍ଥାନୀୟ ଲୋକ କହିଛନ୍ତି ଯେ ବିଲରେ ପିଲାମାନେ ଖେଳୁଥିଲେ। ବୁଦାମୂଳରେ ବ୍ୟାଗ୍‌ ପଡ଼ିଥିଲା। ସେହି ବ୍ୟାଗ୍‌ ଭିତରେ କଣ ବୋଲି ଛୋଟ ପିଲାମାନେ ଜାଣିବାକୁ ଚେଷ୍ଟା କରିଥିଲେ। ସେହି ବ୍ୟାଗ୍‌କୁ ଆଣି ଖୋଲିଲା ବେଳକୁ ବୋମା ଫୁଟିଥିଲା। ଏଥିରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବୋମାର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ଜଣଙ୍କର ପାପୁଲି ଛିଡିଯାଇଥିଲା ଓ ଅନ୍ୟ ଜଣଙ୍କର ଗୋଡ଼ରେ ଗଭୀର କ୍ଷତ ହୋଇଛି। ଆହୁରି ମଧ୍ୟ ସେଠାରେ ଅଫୁଟା ବୋମା ପଡ଼ିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ