Sonu Sood
Advertisment
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍ । ନବୀନ ନିବାସକୁ ଯାଇ ଭେଟିଛନ୍ତି ଚର୍ଚ୍ଚିତ ବଲିଉଡ୍ ଅଭିନେତା ସୋନୁ ସୁଦ୍ । ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଛନ୍ତି ସୋନୁ । ଏହି ଅବସରରେ ସେ ଆଜି ସଂଧ୍ୟାରେ ନବୀନ ନିବାସକୁ ଯାଇ ଭେଟିଛନ୍ତି । ଏହା ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଉଛି । ଏହି ଅବସରରେ ସୋନୁ ସୁଦ୍ଙ୍କୁ ହକି ଜର୍ସି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Sonu_Sood_1653749519.jpg)