Astrospeak
  • Live TV
  • Read In English

ମେଡିକାଲରେ ମାଡ଼ିଗଲା ଗାଡ଼ି; ୧ ମୃତ, ୪ ଗୁରୁତର

ବୋଲେରୋ ଧକ୍କା ଦେବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି ।

Accident
Accident

ଭଦ୍ରକ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଘଟଣ ଘଟିଛି । ଗାଡ଼ି ମାଡ଼ିଯାଇ ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଲୋକଙ୍କ ଉପରେ ଗାଡ଼ି ମାଡ଼ି ଯାଇଥିବାର ସୂଚନା ମିଳିଛି । ହସ୍ପିଟାଲ ଡ୍ୟୁଟିରେ ଥିବା ବୋଲେରୋ ଷ୍ଟାର୍ଟ କରୁ କରୁ ମାଡ଼ିଗଲା । ବୋଲେରୋ ଧକ୍କା ଦେବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଆହତ ବ୍ୟକ୍ତିଙ୍କ ଚିକିତ୍ସା କରାଯାଉଛି ।

ଆଜି ସକାଳେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନେ ଡାକ୍ତର ଦେଖାଇବାକୁ ଟିକେଟ କାଟିବା ପାଇଁ ଲମ୍ବା ଲାଇନରେ ଠିଆ ହୋଇଥିଲେ। ଏହି ସମୟରେ ମେଡିକାଲ ପରିସରରେ ଏକ ବୋଲେରୋ ଔଷଧ ଅନ୍‌ଲୋଡ୍‌ କରୁଥିଲା। ଗାଡ଼ିଟି ଷ୍ଟାର୍ଟରେ ଥିଲା। ହଠାତ୍‌ ଗାଡ଼ିଟି ଏକ ସ୍କୁଟି ଉପରେ ମାଡ଼ି ଯାଇ ଟିକେଟ କାଟିବା ପାଇଁ ଲାଇନ୍‌ରେ ଠିଆ ହୋଇଥିବା ରୋଗୀ ଓ ତାଙ୍କ ସର୍ମ୍ପକୀୟ ଉପରେ ମାଡ଼ି ଯାଇଥିଲା। 

କେମିତି ବୋଲେରୋଟି ଲୋକଙ୍କ ଉପରେ ମାଡ଼ିଗଲା, ତାର କାରଣ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ମେଡିକାଲ ଡ୍ୟୁଟିରେ ଗାଡ଼ିଟି ଥିଲା। ଗାଡ଼ିରେ  ଯୁବକ ଥିବା ଜଣାଯାଇଛି।