Advertisment

ଫୁଲରେ ‘LOVE U’ ଲେଖି ଆତ୍ମହତ୍ୟା ! ଗଛରେ ଝୁଲୁଛି ମୃତଦେହ...

ଗଛରେ ଝୁଲୁଛି ମୃତଦେହ, ରାସ୍ତାରେ ଫୁଲରେ ସଜେଇ ଲେଖା ହୋଇଛି ‘LOVE U’। ରାସ୍ତାକଡ଼ ନିମ୍ବ ଗଛରୁ ଝୁଲୁନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର।

ଅଦ୍ୟତନ ହୋଇଛି
Body Of Youth Found Hanging From Tree In Nuapada

Body Of Youth Found Hanging From Tree In Nuapada

Advertisment

ଗଛରେ ଝୁଲୁଛି ମୃତଦେହ, ରାସ୍ତାରେ ଫୁଲରେ ସଜେଇ ଲେଖା ହୋଇଛି ‘LOVE U’। ନୂଆପଡ଼ା ଜିଲ୍ଲା  ଖଡ଼ିଆଳ ବିଜେପୁର କୁସମାଲ ରାସ୍ତାକଡ଼ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଯୁବକ ହେଲେ ଝିତ୍ରିଝୋଡ଼ ଗାଁର ମନୋହର ତାଣ୍ଡିଙ୍କ ପୁଅ ପଦ୍ମ ଚରଣ ତାଣ୍ଡି ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଆଜି ସକାଳେ ପଦ୍ମ ଚରଣଙ୍କ ମୃତଦେହ ରାସ୍ତାକଡ଼ ନିମ୍ବ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ତେବେ ରାସ୍ତାରେ ଗୋଲାପ ଓ ଅନ୍ୟାନ୍ୟ ଫୁଲର ପାଖୁଡ଼ାରେ ‘LOVE U’ ଲେଖାଯାଇଥିବା ନଜର ଆସିଥିଲା।

Advertisment

ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପଦ୍ମ ଚରଣ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା ଜଣାପଡ଼ିନି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଏହା ସ୍ପଷ୍ଟ ହେବ। ପ୍ରେମ ବ୍ୟାପାରକୁ ନେଇ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Deadbody Found Youth Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ