Advertisment

ପରୀକ୍ଷା ଖରାପ ହେବାରୁ ଆତ୍ମହତ୍ୟା କଲେ ଯୁକ୍ତ ଦୁଇ ଛାତ୍ର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ଆଇଜିଆଇଟି (IGIT) କ୍ୟାମ୍ପସରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଛାତ୍ର ଜଣଙ୍କ ତାଳଚେର ଥର୍ମାଲ ଡିଏଭି ସ୍କୁଲର ଯୁକ୍ତ ଦୁଇ ଛାତ୍ର ଅବିନାଶ ପ୍ରଧାନ ବୋଲି ଜଣାପଡିଛି ।

Body of Plus-2 student of Talcher Thermal DAV School found hanging inside IGIT Sarang quarters

Body of Plus-2 student of Talcher Thermal DAV School found hanging inside IGIT Sarang quarters

Advertisment

ପରୀକ୍ଷା ଖରାପ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ଆଇଜିଆଇଟି (IGIT) କ୍ୟାମ୍ପସରେ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଛାତ୍ର ଜଣଙ୍କ ତାଳଚେର ଥର୍ମାଲ ଡିଏଭି ସ୍କୁଲର ଯୁକ୍ତ ଦୁଇ ଛାତ୍ର ଅବିନାଶ ପ୍ରଧାନ ବୋଲି ଜଣାପଡିଛି ।

Advertisment

ଆଇଜିଆଇଟି (IGIT) କ୍ୟାମ୍ପସରେ ଥିବା କ୍ୱାଟର୍ସ F/13ରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ମିଳିଛି । ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି ।

ତେବେ ଅବିନାଶ ପରୀକ୍ଷା ଖରାପ ହେବାରୁ ଆତ୍ମହତ୍ୟା କରିଛନ୍ତି ବୋଲି ସେ ସୁଇସାଇଡ ନୋଟରେ ଲେଖିଛନ୍ତି । ଏହାସହ ତାଙ୍କ ମୃତ୍ୟୁ ପାଇଁ ତାଙ୍କ ବାପା ମାଆ ଦାୟୀ ନୁହଁନ୍ତି ବୋଲି ମଧ୍ୟ ସେ ଏହି ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି ।

Advertisment

ସୂଚନା ଅନୁସାରେ, ଯୁକ୍ତ ଦୁଇ ଛାତ୍ର ଅବିନାଶ ପ୍ରଧାନଙ୍କ ବାପା ଆନନ୍ଦ ଚନ୍ଦ୍ର ପ୍ରଧାନ ଆଇଜିଆଇଟି କଲେଜରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିବାବେଳେ ସପରିବାର ସହ ପରଜଙ୍ଗ ଥାନା ବାରିହାପୁର ଗାଁ ଛାଡି ସରାଙ୍ଗ ଆଇଜିଆଇଟି କ୍ୟାମ୍ପସରେ ଥିବା କ୍ୱାଟର୍ସ F/13ରେ ରହୁଥିଲେ ।

Odisha Suicide Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ