Body of a youth found hanging outside his house in Keonjhar
ସହିପାରିଲେନି ଋଣ ଭାର। ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ। ଋଣ ଭାର ସହି ନପାରି ଜଣେ ଟ୍ରକ୍ ମାଲିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଛାମୁଣ୍ଡା ଗାଁରୁ ଏଭଳି ଅଭିଯୋଗ ଆସିଛି। ମୃତକ ହେଲେ ଛାମୁଣ୍ଡା ଗାଁର ମକୁନ୍ଦ ମହାକୁଢ଼।
ସୂଚନା ଅନୁସାରେ, ମକୁନ୍ଦ ବ୍ୟବସାୟ ପାଇଁ ଗତ ୨ ବର୍ଷ ହେବ ୧୨ ଚକିଆ ଟ୍ରକ୍ କିଣି ଚଳାଉଥିଲେ। ସବୁ ଠିକ୍ଠାକ୍ ଚାଲିଥିଲା, କିନ୍ତୁ କିଛି ମାସ ହେବ ମାଇନ୍ସ ଚାଲୁ ନ ଥିବାରୁ ଟ୍ରକ୍ ଚାଲି ପାରୁନଥିଲା। ଫଳରେ ଟ୍ରକ୍ ବନ୍ଦ ହୋଇପଡ଼ିଥିଲା। ଟ୍ରକ୍ରୁ କୌଣସି ରୋଜଗାର ହୋଇ ନ ପାରିବାରୁ ମୁକୁନ୍ଦ ଚାପରେ ଥିଲେ। ଏପରିକି ଜାଗାବାଡ଼ି ବିକ୍ରି କରି କିଛି ଋଣ ଶୁଝିଥିଲେ। ତଥାପି ତାଙ୍କ ଉପରେ ଋଣ ଭାର ଥିଲା।
ମକୁନ୍ଦ ଯେଉଁ ସଂସ୍ଥାରୁ ଋଣ ଆଣି ଟ୍ରକ୍ କିଣି ଥିଲେ ଉକ୍ତ ସଂସ୍ଥା ବାରମ୍ବାର ତାଙ୍କୁ କିସ୍ତି ପାଇଁ ତାଗିଦ କରୁଥିଲା। ଶେଷରେ ଅନ୍ୟ ଉପାୟ ନପାଇ ଘର ଆଗରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
(ରିପୋର୍ଟ- ଚିନ୍ମୟ କୁମାର ସାହୁ, ତେଲକୋଇ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1665112036.jpg)